ଅଖିଳଭାରତ କୃଷକ ସଭା,ତିରିଂ କମିଟି ତରଫରୁ ୧୪ ଦଫା ଦାଵି ନେଇ ତିରିଂରେ ଧାରଣା

ରାଇରଙ୍ଗପୁର,(ଅକ୍ଷୟ ବିଶ୍‌ଶ୍ୱାଳ):  ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଆସନ୍ନ ମରୁଡି ନେଇସମସ୍ତ ଚାଷୀକୂଳ ମଥାରେ ହାତ ଦେଇ ଵସିଛନ୍ତି ।ଚାଷୀଙ୍କ ୧୪ ଦଫା ଦାବି ନେଇ ତିରିଂରେ ଅଖିଳ ଭାରତ କୃଷକ ସଭା ତିରିଂ କମିଟି ତରଫରୁ ଆଜି ତିରିଂବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏବଂ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା ।ଦାବି ମଧ୍ୟରେ କୃଷି ବଂଚାଅ,କୃଷକ ବଂଚାଅ,ଗଣତନ୍ତ୍ର ବଂଚାଅ ,କୃଷି କଳା ଆଇନ ପ୍ରତ୍ୟାହର ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ଗ୍ୟାରେଣ୍ଟି ନେଇ ଆନ୍ଦୋଳନ ନେଇ ଧାରଣା ଦିଆଯାଇଥିଲା ।ଦାବିମଧ୍ୟରେ ସ୍ବାମୀନାଥନ ଜାତୀୟ କୃଷିନୀତି କମିଶନ ଲାଗୁ କରିବା,ପ୍ରଧାନମନ୍ତ୍ରୀ କୃଷକ ଫସଲ ବୀମା ଓ ଧାନର ଟୋକନ ବ୍ୟବସ୍ଥାକୁ ସେପ୍ଟେମ୍ବର ପ୍ରଥମ ସପ୍ତାହକୁ ଗ୍ରହଣ କରିବା,ତିରିଂ ସମେତ ମୟୂରଭଂଜ ଜିଲ୍ଲାର ସ୍ବଳ୍ପ ବୃଷ୍ଟିପାତ ବ୍ଲକକୁ ମରୁଡି ଘୋଷଣା କରିବା,ସରକାରୀଭାବେ ଧାନ ସଂଗ୍ରହକୁ ସୁନିଶ୍ଚିତ କରି ୨୪ ଘଣ୍ଟା ମଧ୍ୟରେ ସହାୟକ ମୂଲ୍ୟ ପ୍ରଦାନ,ଧାନ ବିହନ ଗଜା ନହେବା ଓ କୁତ୍ରିମ ସାର ଅଭାବି ନେଇ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ,ଗଭୀନଳର ନଳକୂପ ଯୋଜନା କାର୍ଯ୍ୟାକାରୀ କରିବା ଓ ଅଚଳ ଉଠାଜଳସେଚନ ପଏଣ୍ଟକୁ ପୁନଃ କାର‌୍ୟ୍ୟକାରୀ କରିବା,ଭାଗ ଚାଷୀଙ୍କୁ ଚାଷୀ ମାନ୍ୟତା,ସୁବର୍ଣରେଖା ବିସ୍ଥାପିତ ରାମବେଡା ଗ୍ରାମବାସୀଙ୍କୁ କ୍ଷତିପୂରଣ ବାବଦରେ ଉଚିତ ପାକେଜ ପ୍ରଦାନ,କୃଷି ରୁଣ ଛାଡ ଓ ପ୍ରତ୍ୟେକ ଚାଷୀଙ୍କୁ କୃଷି ଋଣ ପ୍ରଦାନ,ବାର୍ଦ୍ଧକ୍ୟ ଭତ୍ତା,ବେକାରୀ ଭତ୍ତା ତୁରନ୍ତ ପ୍ରଦାନ ଇତ୍ୟାଦି ।ଏହିକାର୍ଯ୍ୟାକ୍ରମରେ ବାମନଘାଟୀ ଅଂଚଳର ବିଶିଷ୍ଟ ଚାଷୀ ନେତା ପାରାଉ ହାଁସଦା,ଦୁର୍ଗା ଚରଣ ମାରାଣ୍ଡି,ଚାନ୍ଦ୍ରାଇ ହେମ୍ବ୍ରମ,ରାମ ସୋରେନଙ୍କ ନେତୃତ୍ବରେ ବହୁ ଚାଷୀ ଧାରଣାରେ ଦେଇଥିଲେ
ମୁଖ୍ୟ ଅତିଥି ଭାଵେ ମୟୂରଭଂଜ ଜିଲ୍ଲା ଅଖୀଳ ଭାରତ କୃଷକ ସଭା ଉପସଭାପତି କମ୍ରେଡ ତ୍ରିନାଥ ପାତ୍ର ଯୋଗଦେଇ କେନ୍ଦ୍ର ସରକାରଙ୍କ କଳା କୃଷିନୀତି ପ୍ରତ୍ୟାହାର ନେଇ ଦାବି ରଖିଥିଲେ ।ତିରିଂବ୍ଲକର ସମସ୍ତ ଗ୍ରାମକୁ ମରୁଡି ଘୋଷଣା ଦାବି ରଖିଥିଲେ ।ପରେ ତିରିଂ ତହସିଲଦାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ୧୪ ଦଫା ଏକ ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ