ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ନୂତନ କାର୍ଯ୍ୟକର୍ତ୍ତା ଚୟନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଓ କ. ନୂଆଗାଁ ବ୍ଲକ ସମନ୍ୱୟ ସମିତି ଗାୟତ୍ରୀ ପରିବାରର ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଛି | ବାଲିଗୁଡା ସ୍ଥିତ ଗାୟତ୍ରୀ ଶକ୍ତି ପୀଠ ରେ ସଂଘ ର ଏକ ବୈଠକ ଅନୁଷ୍ଠିତ ହୋଇଛି l ଏଥିରେ ଗାୟତ୍ରୀ ପରିବାର ର ଜ଼ିଲ୍ଲା ସମନ୍ୱୟ ସମିତି ର ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ରହି ଦୁଇ ବ୍ଲକର କାର୍ଯ୍ୟକର୍ତ୍ତା ଚୟନ କରିଛନ୍ତି | ବୈଠକ ରେ ମୂଖ୍ୟ ଅତିଥି ଭାବେ କନ୍ଧମାଳ ଜ଼ିଲ୍ଲା ସମନ୍ୱୟ ସମିତି ସଂଯୋଜକ ପଦ୍ମ ଚରଣ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସହ ସଂଯୋଜକ ଅନ୍ତର୍ଯ୍ୟାମୀ ବେହେରା, ଜ଼ିଲ୍ଲା ସଂଗଠକ କବିରାଜ ସାହୁ, ଜଗନ୍ନାଥ ବେହେରା, ନବୀନ ପାତ୍ର , ବିଜୟ ଗୌଡ଼, ହେମନ୍ତ କୁମାରୀ ବେହେରା, ସନ୍ଧ୍ୟାରାଣୀ ଜେନା, ମିନତୀ ସାହୁ ଏବଂ ବିଜୟ ଚନ୍ଦ୍ର ଖଣ୍ଡଗିରି ପ୍ରମୁଖ ଉପସ୍ଥିତ ଥିଲେ | ବାଲିଗୁଡା ସମନ୍ୱୟ ସମିତି ର ନୂତନ ଚୟନୀତ କାର୍ଯ୍ୟକର୍ତ୍ତା ହେଲେ ବ୍ଲକ ସଂଯୋଜକ ନରେଦ୍ର କୁମାର ସାହୁ, କମିଟି ସଦସ୍ୟ ହେଲେ ଗୋପାଳ କୁମାର ପଟ୍ଟନାୟକ, ଯୁଧିଷ୍ଠିର ପାତ୍ର, ସଚ୍ଚଳା ମିଶ୍ର, ପ୍ରମୋଦ କୁମାର ବେହେରା, ମିତା ଗୌଡ଼, ଉପେନ୍ଦ୍ର ବିଷୋୟୀ, ବିଭୀଷଣ ପାତ୍ର, ଗାୟତ୍ରୀ ବେହେରା,ନବ କୁମାର ପାଣିଗ୍ରାହୀ | ସେହିପରି କ.ନୂଆଗାଁ ସମନ୍ୱୟ ସମିତି ର ନୂତନ ଚୟନ କାର୍ଯ୍ୟକର୍ତ୍ତା ହେଲେ ବ୍ଲକ ସଂଯୋଜକ କଂସ ମଲ୍ଲିକ ଓ କମିଟି ସଦସ୍ୟ ଅନଳ ଦଣ୍ଡସେନା, ରତ୍ନାକର ପ୍ରଧାନ, ସୁମନ୍ତ ମଳିକ ,ଟଙ୍କଧର ପ୍ରଧାନ, କୁମୁଦ ପ୍ରଧାନ, ଡରେ ମଳିକ, ବିପ୍ର ପ୍ରଧାନ, ଲସିବନ ମଳିକ , ନରସିଂହ ବେହେରଦଳେଇ ପ୍ରମୁଖ ନିର୍ବାଚିତ ହୋଇଛନ୍ତି l ଶେଷରେ ଜ଼ିଲ୍ଲା ଯୁବ ପ୍ରଭାରୀ ନବୀନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ