ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ସାଙ୍ଗଠନିକ କମିଟି ଗଠିତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକରେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ମିଶନକୁ ସଫଳ କରିବା ପାଇଁ ଏକ ସାଂଗଠନିକ କମିଟି ଗଠନ କରାଯାଇଛି।କମିଟିର ସଂଯୋଜକ ଭାବେ ଉମାଶଙ୍କର ଆଚାରୀ,ସହ-ସଂଯୋଜକ ଭାବେ ଡି.ସୁଧାରାଣୀ,କାର୍ଯ୍ୟାଳୟ ପ୍ରମୁଖ ଭାବେ ପ୍ରଶାନ୍ତ କୁମାର ମହାନ୍ତି,ନାରୀ ଜାଗରଣ ପ୍ରତିନିଧି ଭାବେ ରାଜଲକ୍ଷ୍ମୀ ମଲ୍ଲିକ, ପ୍ରଶାନ୍ର କୁମାର ମହାନ୍ତି, ସଙ୍ଗଠକ ଭାବେ ପ୍ରବୀଣ କୁମାର ସାହୁ, ମାନିନୀ ରେଡି,ହିସାବ ରକ୍ଷକ ସଂଯୁକ୍ତା ରେଡି, ତ୍ରିନାଥ ବେହେରା, ଗାୟତ୍ରୀ ମହାନ୍ତି ଓ ସାଧନା ପାଇଁ ଗୋପାଳ କୃଷ୍ଣ ପାଣିଗ୍ରାହୀ ଓ ମିଡିଆ ସଂଯୋଜକ ଭାବେ ଗୋପାଳ କୃଷ୍ଣ ମଲ୍ଲିକ ଙ୍କୁ ସର୍ବସମ୍ମତ ଭାବେ ମନୋନୀତ କରାଯାଇଛି।ଭାରତୀୟ ସଂସ୍କୃତି ଜ୍ଞାନ ପରୀକ୍ଷାର ମୁଖ୍ୟ ସଂଯୋଜକ ରଜନୀକାନ୍ତ ମହାପାତ୍ରଙ୍କ ଉପସ୍ଥିତିରେ ଗଣିଆନାଳ ଗାୟତ୍ରୀ ପ୍ରଜ୍ଞା ମନ୍ଦିର ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କମିଟି ଗଠନ ପୁର୍ବରୁ ଗାୟତ୍ରୀ ମିଶନକୁ ଦିଗପହଣ୍ଡି ବ୍ଳକରେ କିଭଳି ପ୍ରଚାର ପ୍ରସାର କରାଯାଇ  ଜନସାଧାରଣଙ୍କ ମଧ୍ୟରେ କିଭଳି ମାନବିକ ଚେତନା ସୃଷ୍ଟି ହୋଇପାରିବ ସେ ନେଇ ସବିଶେଷ  ଆଲୋଚନା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ