ଅଖିଳ ଭାରତୀୟ କିସାନ ମଜଦୂର ସଭା ଶେରଗଡ଼ କମିଟି ତରଫରୁ ତହସିଲ ସମ୍ମୁଖରେ ବିକ୍ଷୋଭ

ଶେରଗଡ଼, (ବିଭୁ ପ୍ରସାଦ ଦାସ):ଆଜି ଶେରଗଡ଼ ବ୍ଲକ ଠାରେ ଅଖିଳ ଭାରତୀୟ କିଷାନ ମଜଦୂର ସଭା ଶେରଗଡ଼ ବ୍ଲକ କମିଟି ତରଫରୁ ଶେରଗଡ଼ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଏହି ବିକ୍ଷୋଭ ସମୟରରେଏଆଇକେମସ ର ଜାତୀୟ ସମ୍ପାଦକ ଶ୍ରୀ ଭାଲାଚନ୍ଦ୍ର ଷଡଙ୍ଗୀ,ଏଆଇକେମସ ର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଅଖିଳ ଭାରତୀୟ କିସନ ମଜଦୂର ସଭା ର ଚାଷୀ ନେତା ପୀତବାସ ପ୍ରଧାନ, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଶ୍ରୀ ଅବନୀ ଗୟା, ବ୍ଲକ ସମ୍ପାଦକ ଏଡିକଲ୍ ଗମାଙ୍ଗ, ସନ୍ୟାସୀ ଗମାଙ୍ଗ, ଶଇତ ଦଳବେହେରା, ପଞ୍ଚୁ ମଲିକ ସମେତବହୁକର୍ମୀ ବିରାଟ ଶୋଭାଯାତ୍ରା କରି ଥିଲେ। ଭାଲଚନ୍ଦ୍ର ଷଡଙ୍ଗୀ ଉଦବୋଧନ ଦେଇ ଏହି ବର୍ଷ ବର୍ଷା ଅଭାବରୁ ସମଗ୍ର ଗଞ୍ଜାମ ଜିଲ୍ଲା ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି, ଏଣୁ ଶେରଗଡ଼ ବ୍ଲକ କୁ ଶୀଘ୍ର ମରୁଡି ଘୋଷଣା କରାଯିବା ସହ ଉପଯୁକ୍ତ ଚାଷୀ କୁ କ୍ଷତିପୂରଣ ପ୍ରଦାନ, ଗରିବ ଲୋକଙ୍କୁ ଜମି ଓ ଘର ଢ଼ିଅ ପଟା ପ୍ରଦାନ , ପାନୀୟ ଜଳ ଯୋଗାଣ, ଆବାସ ଯୋଜନା ରୁ ବାଦ ପଡ଼ିଥିବା ସମସ୍ତ ଗରିବ ଲୋକଙ୍କୁ ସାମିଲ କରିବା, ଖାଦ୍ୟ ସୁରକ୍ଷା ଯୋଜନା ରୁ ବାଡ ପଡ଼ିଥିଲା ସମସ୍ତ ଗରିବ ଲୋକଙ୍କୁ ସାମିଲ କରିବା ପାଇ ଦାବୀ ଉପସ୍ଥାପନ କରିଥିଲେ। ଏଆଇକେମସ ର ଚାଷୀ ନେତା ପୀତବାସ ପ୍ରଧାନ ଉଦବୋଧନ ଦେଇ ବ୍ଲକ ରେ ଚାଲୁ ଥିବା ପିସି କାରବାର ଓ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ରେ ଲାଞ୍ଚ କାରବାର, ଆବାସ ଯୋଜନା ରେ ଲାଞ୍ଚ କାରବାର, ରାଜ୍ୟ ସରକାର ଙ୍କ ଦୁର୍ନୀତି ନେଇ ଉଦବୋଧନ ଦେଇଥିଲେ। ପରିଶେଷରେ ଏଆଈକେମସ ତହସିଲଦାର ଶ୍ରୀ ତ୍ରିଦେବ ରଥ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ