ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସମିତି ରାଜ୍ୟ ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା):ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସମିତିର ୧୩ତମ ରାଜ୍ୟ ସମ୍ମିଳନୀ ସହରର ମାହେଶ୍ୱରୀ ଭବନଠାରେ ଶନିବାର ଉଦଘାଟିତ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ ସମିତି ପକ୍ଷରୁ ଏକ ଶୋଭାଯାତ୍ରା ମାହେଶ୍ୱରରୀ ଭବନଠାରୁ ବାହାରି ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ପୁଣି ସମ୍ମିଳନୀ ସ୍ଥଳକୁ ଫେରିଥିଲା । ରାଜ୍ୟ ସମ୍ମିଳନୀକୁ ଗଣତାନ୍ତ୍ରିକ ମହିଳା ସମିତିର ସର୍ବଭାରତୀୟ ସଭାନେତ୍ରୀ ଡକ୍ଟର ମାଳିନୀ ଭଟ୍ଟାଚାର୍ଯ୍ୟ ଉଦଘାଟନ କରିବା ସହ ରାଷ୍ଟ୍ର୍ର ନିର୍ମାଣରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଭାରତୀୟ ସ୍ୱାଧୀନତା ଆନ୍ଦୋଳନଠାରୁ ରାଷ୍ଟ୍ର ବିକାଶ ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ମହିଳାମାନେ ଆଗକୁ ଆସିପାରିଛନ୍ତି । ଏହା ସତ୍ତ୍ୱେ୍ୱ ନିଜର ହକ ପାଇଁ ମହିଳାମାନେ ସଂଗ୍ରାମ ଜାରି ରଖିଛନ୍ତି । ନିଜର ସ୍ୱାଧୀନତା ଓ ସମାନତା ପାଇଁ ପ୍ରତ୍ୟେକ ନାରୀ ସ୍ୱର ଉତ୍ତୋଳନ ପାଇଁ ଶ୍ରୀମତୀ ଭଟ୍ଟାଚାର୍ଯ୍ୟ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ସଂଗଠନର ସର୍ବଭାରତୀୟ ସମ୍ପାଦିକା ତାପସୀ ପ୍ରହରାଜ, ଉତ୍କଳ ମହିଳା ସମିତି ନେତ୍ରୀ ବନଲତା ଜେନା, ଅଭ୍ୟର୍ଥତା କମିଟି ସମ୍ପାଦିକା ହରପ୍ରିୟା ଜେନା ପ୍ରମୁଖ ଏହି ସମ୍ମିଳନୀରେ ଯୋଗଦେଇ ନାରୀ ଶକ୍ତି ଜାଗରଣ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମିତିର ରାଜ୍ୟ ସଭାନେତ୍ରୀ ସୁରଜିତା ନାୟକ ସଭାପତିତ୍ୱ କରିଥିଲେ । ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ପ୍ରାଧ୍ୟାପିକା ବିନୀତା ପଣ୍ଡା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଉପ-ସଭାପତି ଚାରୁବାଳା ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ