ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରଦେଶ ଅଭ୍ୟାସ ବର୍ଗ ଉଦଯାପିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଓଡିଶା ପ୍ରଦେଶର ଦୁଇଦିନିଆ ଅଭ୍ୟାସ ବର୍ଗ ଉଦଯାପିତ ହୋଇଯାଇଛି । ପୂର୍ବକ୍ଷେତ୍ରର ୨୩ଟି ଜିଲ୍ଲାରୁ ପ୍ରମୁଖ ଛାତ୍ରଛାତ୍ରୀମାନେ ଏହି ଅଭ୍ୟାସ ବର୍ଗରେ ଯୋଗଦେଇଥିଲେ । ଏହି ବର୍ଗରେ ଏ.ବି.ଭି.ପି.ର ଉତ୍ପତି, ଗତି ଓ ପ୍ରଗତି, ହିନ୍ଦୁ ଜୀବନ ପଦ୍ଧତି ଏକ ବୈଜ୍ଞାନିକ ବିଶ୍ଳେଷଣ, ବିଶ୍ୱଗୁରୁ ଭାରତ ଓ ଆତ୍ମ ନିର୍ଭର ଭାରତ ପ୍ରଭୃତି ବିଷୟରେ ଭାଷଣ ପତ୍ରକୁ ସଂଗଠନର ରାଷ୍ଟ୍ରୀୟ ସହ ସଂଗଠନ ସମ୍ପାଦକ ଶ୍ରୀନିବାସ ଜୀ, କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଗୋବିନ୍ଦ ନାୟକ, ସହ କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଅପାଂଶୁ ଶେଖର ସିଂହ, ଆଇନଜୀବି ବିଭୁ ପ୍ରସାଦ ନାୟକ, ଶାରଦା ପ୍ରସାଦ ଶତପଥୀ ଓ ପ୍ରସନ୍ନ ରାଉତ ପ୍ରମୁଖ ବକ୍ତବ୍ୟ ମାଧ୍ୟମରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ସେହିପରି ଶାଖା ସଂଗଠନ ଓ ସୁଦୃଢି କରଣ ସାମାଜିକ ଗଣମାଧ୍ୟକ କାର୍ଯ୍ୟପଦ୍ଧତି ଏବଂ ନିର୍ଣ୍ଣାୟକ ପ୍ରକ୍ରୀୟା ଆଦି ବିଷୟରେ ଅଧ୍ୟାପକ ରମେଶ ଚନ୍ଦ୍ର ବେହେରା, ଦିଲ୍ଲିପ ଦାଶ, ଇଂ ସ୍ମୃତିରଞ୍ଜନ ବିଶ୍ୱାଳ, ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ରଙ୍କ ସମେତ ପ୍ରମୁଖ ନେତୃବୃନ୍ଦ ଆଲୋଚନା ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉଦଯାପନୀ ଦିବସରେ ସଂଗଠନ ସମ୍ପାଦକ ଅଭିଳାଷ ପଣ୍ଡା ସମାରୋହ ଭାଷଣରେ ସାମ୍ପ୍ରତିକ ସମାଜରେ ଛାତ୍ରଛାତ୍ରୀଙ୍କ ଭୂମିକା ଓ ଦାୟୀତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ନୂତନ ବିଭାଗ ଓ ଜିଲ୍ଲା କାର୍ଯ୍ୟକାରିଣୀ ଘୋଷଣା କରାଯାଇଥିଲା । ଏହି ଅଭ୍ୟାସ ବର୍ଗକୁ ବୈଲୋଚନ ଦାସ, ମନୋରଞ୍ଜନ ମିଶ୍ର, ସୋନାଶିଷ ଜେନା, ନୟନାନନ୍ଦ ବେଉରା, ଭବାନୀଶଙ୍କର ଦାସ, ଜ୍ୟୋତିଭୂଷଣ ମିଶ୍ର, ଲକ୍ଷ୍ମୀପ୍ରୀୟା ଦାସ ଓ ପଙ୍କଜ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ