ଅଖିଳ ଭାରତୀୟ ସାହିତ୍ୟ ପରିଷଦ ନୂତନ ରାଜ୍ୟ କାର୍ଯ୍ୟକାରିଣୀ

ଭୁବନେଶ୍ୱର-: ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡିଶା ପକ୍ଷରୁ ରବିବାର ଦିନ ସ୍ଥାନୀୟ ନିଳାଦ୍ରୀବିହାର ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ସଭାଗୃହରେ ସାଧରଣ ସଭା ଓ ମକର ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଥିବା ସାହିତ୍ୟିକ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନକରି ସାହିତ୍ୟର ବର୍ତ୍ତମାନ ସ୍ଥିତି ଉପରେ ଚର୍ଚ୍ଚା କରିଥିଲେ । ଏହି ଅବସରରେ ସାହିତ୍ୟ ପରିଷଦର ଆଗାମୀ କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା ଆଲୋଚନା ହେବା ପରେ ପରିଷଦର ନୂତନ ରାଜ୍ୟକାର୍ଯ୍ୟକାରିଣୀ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ସାଧାରଣ ବୈଠକରେ ଆଗାମୀ ଦୁଇ ବର୍ଷ ନିମନ୍ତେ ନୂତନ କାର୍ଯ୍ୟକର୍ତ୍ତା ଗଣତାନ୍ତ୍ରୀକ ପଦ୍ଧତିରେ ମନୋନୟନ କରାଯାଇଥିଲା । ବିଶିଷ୍ଟ ଶିଶୁସାହିତ୍ୟିକ ଡ. ରମେଶ ପତ୍ରୀ ଅଧ୍ୟକ୍ଷ, ରେଭେନ୍ସା ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ପ୍ରଫେସର ସ୍ମରପ୍ରୀୟା ମିଶ୍ର, ଉପାଧ୍ୟକ୍ଷା ଓ ନାଇଜରର ରେଜିଷ୍ଟାର ଡ. ଅଭୟ ନାୟକ ଉପାଧ୍ୟକ୍ଷ । ଡ. ସନ୍ତୋଷ କୁମାର ମହାପାତ୍ର ସାଧାରଣ ସଂପାଦକ, ଶ୍ରୀମାନ ନାରାୟଣ ନାୟକ ସଂଗଠନ ସଂପାଦକ ରୂପେ ମନୋନୀତ ହୋଇଥିବା ବେଳେ ଶ୍ରୀ ଧର୍ମପଦ ରଥ, ଶ୍ରୀମତୀ ପ୍ରତିଭା ପ୍ରିୟଦର୍ଶିନୀ, ଇଂ.ସତ୍ୟଜିତ ନାୟକ ସଂପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଇଂ. ପ୍ରଦୀପ କୁମାର ଦାସ କୋଷାଧ୍ୟକ୍ଷ ରୂପେ ଏବଂ ପ୍ରଫେସର କାଳିକିଙ୍କର ପଟ୍ଟନାୟକ, ଡ.ଶିବପ୍ରିୟା ମିଶ୍ର.ଡ.ରମାକାନ୍ତ ମହାନ୍ତ, ଏ, ସନ୍ତୋଷ କୁମାର ପାତ୍ର, ଭ୍ରମରବର ସାହୁ, ଅବିନାଶ ଦାଶ, ସଂଯୁକ୍ତା ପରିଚ୍ଛା ଆଦି ସଦସ୍ୟଭାବେ ମନୋନୀତ ହୋଇଛନ୍ତି ।  ଏଠାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଭାରତୀୟ ମୂଲ୍ୟବୋଧକୁ ନେଇ ସାହିତ୍ୟ ରଚନା କରିବା ସହିତ ସମାଜକୁ ସଠିକ ମାର୍ଗରେ ପରିଚାଳିତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଓଡିଆ ସାହିତ୍ୟକୁ ଦେଶ ବିଦେଶରେ ପରିଚିତ ପ୍ରଦାନ କରିବା ନିମନ୍ତେ ଓଡିଆ ଭାଷାରେ ଲିଖିତ ଗ୍ରନ୍ଥମାନଙ୍କର ଅନୁବାଦ କରିବା ପାଇଁ ବିଭିନ୍ନ ବକ୍ତାମାନେ ନିଜ ନିଜର ମତ ରଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ