ଅଖିଳ ଭାରତ କୃଷକ ସଭାର ଜିଲ୍ଲା ସ୍ତରୀୟ କର୍ମଶାଳା ଉଦ୍‌ଯାପିତ ଏମ.ଏସ.ପି. ପାଇଁ ଆଇନ୍ ଓ କୃଷି ଆଇନ ପ୍ରତ୍ୟାହାର ପାଇଁ ଦାବି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଅଖିଳ ଭାରତ କୃଷକ ସଭା କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଦିନିକିଆ କର୍ମଶାଳା ଗୋପଛକଠାରେ ଆୟୋଜିତ ହୋଇଯାଇଛି । ସାଥୀ ସତ୍ୟନାରାୟଣ ଜେନାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ସାଥୀ କ୍ଷୀରୋଦ ସିଂଦେଓ ପର୍ଯ୍ୟବେକ୍ଷକ ରୂପେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ଗୃହୀତ କୃଷି ସଂଶୋଧନ ଆଇନ ଗୁଡିକର ବିପଦଜନକ ଧାରା ଗୁଡିକ ସଂପର୍କରେ ଆଲୋଚନା କରି ଏହାର ପ୍ରତ୍ୟାହାର ଦାବିରେ ଦେଶବ୍ୟାପି ଚାଲିଥିବା ଆନ୍ଦୋଳନକୁ ପ୍ରତି ପରିବାର ସ୍ତରକୁ ନେବାକୁ ପରାମର୍ଶ ଦେଇଥିଲେ । ସଂଗଠନର ରାଜ୍ୟ ସଭାପତି ସାଥୀ ଶଶିଭୂଷଣ ସ୍ୱାଇଁ ମୁଖ୍ୟ ଆଲୋଚକ ରୂପେ ଯୋଗଦେଇ ସ୍ୱାମୀନାଥନ ଆୟୋଗର ପରାମର୍ଶ ତଥା ବିଧାନସଭାର ସର୍ବ ସମ୍ମତ ପ୍ରସ୍ତାବ ଆଧାରରେ ସରକାର ଏମ୍‌.ଏସ୍‌.ପି ପାଇଁ ଆଇନ୍ ତିଆରି କରି ରାଜ୍ୟର କୃଷକମାନଙ୍କୁ ଯୁଗଯୁଗର ଶୋଷଣରୁ ରକ୍ଷା କରିବାକୁ ଦାବି କରିଥିଲେ । କର୍ମଶାଳାର ଦ୍ୱିତୀୟ ଅଧିବେଶନରେ ସାଥୀ ରତ୍ନାକର ଦାସ, ଅନନ୍ତ କୁମାର ବାନା, ଭଞ୍ଜନ ବାରିକ, ସୁରେନ୍ଦ୍ର ବାରିକ, ଶଶୀକାନ୍ତ କୁଣ୍ଡ, ଅଭିନ୍ନ ସାମଲ, ଦାମୋଦର ସାମଲ, ଅରକ୍ଷିତ ପାତ୍ର, ସୁବାସ ଚନ୍ଦ୍ର ସାହୁ, ପ୍ରଦୀପ ବେହେରା, ପଦ୍ମନାଭ ଦାସ ପ୍ରମୁଖ ସାଂଗଠନିକ ଆଲୋଚନାରେ ଅଂଶ ଗ୍ରହଣ କରି କୃଷକ ଆନ୍ଦୋଳନର ବାର୍ତ୍ତା ଗ୍ରାମ ସ୍ତରକୁ ନେବାପାଇଁ ଜିଲ୍ଲାର ୧୦୦ଟି ଗ୍ରାମ ବୈଠକ ସହ ୧୦ଟି ପଦଯାତ୍ରା ସଂଗଠିତ କରି ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଯୋଜନା ପ୍ରସ୍ତୃତ କରାଯାଇଥିଲା । କୃଷକ ଆନ୍ଦୋଳନର ସହିଦ ହୋଇଥିବା କୃଷକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପୂର୍ଣ୍ଣଚନ୍ଦ୍ର ରାଉତ ଶୋକ ପ୍ରସ୍ତାବ ଆଗତ କରିଥିବାବେଳେ ହରେକୃଷ୍ଣ ମାଝି ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ଜିଲ୍ଲା ସଂପାଦକ ରମଣୀରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ, ଶ୍ରମିକ ନେତା ବାବାଜି ଧଳ, ଅଧ୍ୟାପକ ଅଜୟ ସାମଲ, ସୁବାସିନୀ ଭଦ୍ର, ସୁହାନା ବେଗମ୍‌, ଅଭୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଏକ ୧୫ ଜଣିଆ ଜିଲ୍ଲା କମିଟି ଗଠନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ