ଅଖିଳ ଭାରତ କୃଷକ ସଭାର ପ୍ରସ୍ତୁତି ବୈଠକ
ଛତ୍ରପୁର,(ଦେବଦତ୍ତ ମହାରଣା) : ଚଳିତ ମାସ ୨୬ ତାରିଖରେ କେନ୍ଦ୍ର କୃଷି ନିତି ବିରୋଧରେ ଆନ୍ଦୋଳନ କରିବା ପାଇଁ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ଦେଶ ବ୍ୟାପୀ ଆନ୍ଦୋଳନ କରିବା ପାଇଁ ଆହ୍ୱାନ ଦିଆଯାଇଛି । ଆନ୍ଦୋଳନକୁ ସଫଳ କରିବା ସହ ତୃଣମୂଳ ସ୍ତରରେ ଚାଷୀ ଏବଂ ନେତାଙ୍କୁ ଏକତ୍ର କରିବା ପାଇଁ ଆଜି ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଗଂଜାମ ଜିଲ୍ଲା କମିଟିର ସଭାପତି ଶ୍ରୀହର୍ଷ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆନ୍ଦୋଳନକୁ ଜୋରଦାର କରିବା ପାଇଁ ସଂଗଠନର ଚାଷୀ ନେତା ମାନେ ସେମାନଙ୍କ ରଣନୀତି ଏହି ବୈଠକରେ ଚୁଡାନ୍ତ କରିଛନ୍ତି । ନଭେମ୍ବର ୨୬ -୨୭ କୃଷକ ମାନଙ୍କ ଦେଶ ବ୍ୟାପୀ ହରତାଳ/ପ୍ରତିବାଦ ଆନ୍ଦୋଳନକୁ ସଫଳ କରିବା ନିମନ୍ତେ ବୈଠକରେ ଉପସ୍ଥିତ ଥିବା ସମସ୍ତ ନେତୃମଣ୍ଡଳୀ ମାନେ ଆଲୋଚନା କରିଥିଲେ । ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତ କୃଷକ ସଭା ଜିଲ୍ଲା କମିଟିର ସଂପାଦକ ରାଜୀବ ଲୋଚନ ପଣ୍ଡା,ସିପିଆଇ ଜିଲ୍ଲା ସଂପାଦକ ପ୍ରକାଶ ପାତ୍ର, ଜିଲ୍ଲା ସହ- ସଂପାଦକ ନୀଳକଣ୍ଠ ଦାଶ,ବିକେଏମୟୁ ଜିଲ୍ଲା ସଭାପତି ରଘୁନାଥ ଗୌଡ, ଯୁବକ ସଂଘର ଜିଲ୍ଲା ସଂପାଦକ କାମଦେବ ନାହାକ,ସିପିଆଇ ଛତ୍ରପୁର ର ଜୋନାଲ ସଂପାଦକ ଏସ୍.କ୍ରିଷ୍ଣା ରେଡ୍ଡି,ବରିଷ୍ଟ କମ୍ୟୁନିଷ୍ଟ ନେତା ଗୋକୁଳ ଚନ୍ଦ୍ର ପଣ୍ଡା,ସି ଏଚ୍ ସତ୍ୟନାରାୟଣ ରେଡ୍ଡି,ଗୋପାଳ ଭୂୟାଁ,ଭଗବାନ ରାଉତ,ଶରତ ଚନ୍ଦ୍ର ପଟ୍ଟନାୟକ ଓ ସିକନ୍ଦର ଖାନ୍ ଙ୍କ ସମେତ ବହୁ ଚାଷୀ ମାନେ ଉପସ୍ଥିତ ଥିଲେ ।


