ଅଖିଳ ଭାରତ କୃଷକ ସଭା ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ମୁଖ୍ୟ ଯୋଗାଣ ଧିକାରୀଙ୍କୁ ଭେଟିଲେ

ଛତ୍ରପୁର,(ଦେବଦତ୍ତ ମହାରଣା): ଜିଲ୍ଲାରେ ଖୋଲାଯାଇନଥିବା ମଣ୍ଡି ଗୁଡିକ ତୁରନ୍ତ ଖୋଲିବା, ପଂଜିକୃତ କରିଥିବା ଚାଷୀଙ୍କ ଟୋକେନ ଗୁଡିକୁ ତୁରନ୍ତ ଜେନେରେଟ କରିବା , ସମସ୍ତ ବର୍ଗର ଚାଷୀଙ୍କ ଅମଳ ଧାନ ଗୁଡିକୁ କିଣିବା ଏବଂ ଗାଡି ଭଡା ଲେବର ଖର୍ଚ୍ଚ ଓ ଅଖା ବାବଦରେ ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ କରିବା ସମେତ ବିଭିନ୍ନ ଦାବୀ ନେଇ ଗଂଜାମ ଜିଲ୍ଲା ଅଖିଳ ଭାରତ କୃଷକ ସଭାର ଏକ ପ୍ରତିନିଧୀ ମଣ୍ଡଳୀ ଗୁରୁବାର ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଯୋଗାଣଅଧିକାରୀ ଉମାଶଙ୍କର ପତିଙ୍କୁ ଭେଟି ଆଲୋଚନା କରିଛନ୍ତି । ଏଥିରେ ଅଖିଳ ଭାରତ କୃଷକ ସଭାର ଜିଲ୍ଲା ସମ୍ପାଦକ ରାଜୀବ ଲୋଚନ ପଣ୍ଡା, ବର୍ଷିୟାନ କମ୍ୟୁନିଷ୍ଟ ନେତା ତଥା ପୂର୍ବତନ ଛତ୍ରପୁର ଓକିଲସଂଘର ସଭାପତି ଗୋକୁଳ ଚନ୍ଦ୍ର ପଣ୍ଡା, ସିପିଆଇ ଜିଲ୍ଲାସହ-ସମ୍ପାଦକ ନୀଳକଣ୍ଠ ଦାଶ, ଛତ୍ରପୁର ଜୋନାଲ ସମ୍ପାଦକ ଏସ.କ୍ରିଷ୍ଣା ରେଡ୍ଡୀ, ଚମାଖଣ୍ଡି ଜୋନାଲ ସମ୍ପାଦକ ସିଏଚ୍‌. ଜନାର୍ଦ୍ଦନ ରେଡ୍ଡୀ, ଚାଷୀନେତା ଦୁର୍ଯ୍ୟେଧନ ନାହାକ, ପ୍ରଶାନ୍ତ କୁମାର ପଣ୍ଡା, ଓ ପୂର୍ଣ୍ଣଚନ୍ଦ୍ର ଗୈାଡ ପ୍ରମୁଖ ଉପସ୍ଥିତ ରହିଥିଲେ । ଗତବର୍ଷ ଜିଲ୍ଲାରେ ବହୁ ଚାଷୀଙ୍କ ଅମଳ ଧାନ କିଣାଯାଇନଥିବାରୁ ଚାଷୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇ ଏପର୍ଯ୍ୟନ୍ତ ଗତି କରିୁଛନ୍ତି । ତେଣୁ ଚଳିତ ବର୍ଷ ଜିଲ୍ଲାର ସମସ୍ତ ଚାଷୀଙ୍କ ଅମଳ ଧାନ କିପରୀ ସ୍ୱଚ୍ଛତା ଭାବେ କିଣାଯାଇପାରିବ ସେଥିନିମନ୍ତେ ଏହି ପ୍ରତିନିଧୀ ମଣ୍ଡଳୀ ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ପତି କହିଛନ୍ତି ଯେ ଜିଲ୍ଲାରେ ସମସ୍ତ ଅଂଚଳରେ ମଣ୍ଡି ଖୋଲାଯାଇ ଚାଷୀ ମାନଙ୍କ ଠାରୁ ୪ଲକ୍ଷ ୪୭ହଜାର ୫୪୪ କୁଇଣ୍ଟାଲ ରୁ ଅଧିକା ଧାନ ସଂଗ୍ରହ କରାଗଲାଣି । ଛତ୍ରପୁର ଓ ଖଲିକୋଟ ବ୍ଲକରେ କଣ ସମସ୍ୟା ଅଛି ତାହାର ସମାଧାନ କରାଯିବ । ଜାନୁୟାରୀ ୧୫ତାରିଖ ସୁଦ୍ଧା ପଂଜିକୃତ ଚାଷୀମାନଙ୍କ ଟୋକେନ ଜେନେରେଟ ହୋଇଯିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ