ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ରାଜ୍ୟ ସମ୍ମିଳନୀ ପ୍ରସ୍ତୁତି

ବାଲେଶ୍ୱର, (ସରୋଜ ପଣ୍ଡା) :-ଆସନ୍ତା ଅଗଷ୍ଟ ମାସ ୨୭ ଓ ୨୮ ତାରିଖ ଦୁଇଦିନ ବ୍ୟାପୀ ବାଲେଶ୍ୱରରେ ଆୟୋଜନ ହେବାକୁ ଯାଉଥିବା ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ୧୩ ତମ ରାଜ୍ୟ ସମ୍ମିଳନୀ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପରିବହନ କର୍ମଚାରୀ ସଂଘ ସଭାଗୃହରେ ଏକ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ମହିଳା ସମିତିର ସର୍ବଭାରତୀୟ ସମ୍ପାଦିକା ନାରୀନେତ୍ରୀ ତାପସ୍ୱୀ ପ୍ରହରାଜ, ରାଜ୍ୟ ସଭାନେତ୍ରୀ ସୁରଜିତା ନାୟକ, ଜିଲା ସଭାନେତ୍ରୀ ହରପ୍ରିୟା ଜେନା, ସମ୍ପାଦିକା ସ୍ନେହଲତା ପଣ୍ଡା ପ୍ରମୁଖ ଯୋଗଦେଇ ରାଜ୍ୟ ସମ୍ମିଳନୀ ଆୟୋଜନର ଆଭିମୁଖ୍ୟ ଓ ସମ୍ଭାବ୍ୟ ସଫଳତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ସାମ୍ପ୍ରତିକ ସମାଜରେ ନାରୀମାନଙ୍କ ପ୍ରତି ବଡ଼ି ଚାଲିଥିବା ନିର୍ଯାତନା କ୍ରମଶଃ ଅସହ୍ୟ ହୋଇଥିବା ବେଳେ ଏ ବାବଦରେ ସଚେତନତା ସୃଷ୍ଟି ଏକାନ୍ତ ଆବଶ୍ୟକ ହୋଇଛି ବୋଲି ସମିତିର ଜାତୀୟ ଓ ରାଜ୍ୟ ସ୍ତରୀୟ ନେତ୍ରୀମାନେ ମତ ପ୍ରକାଶ କରିଛନ୍ତି । ନାରୀ ଜାଗରଣ କ୍ଷେତ୍ରରେ ବାଲେଶ୍ୱର ସର୍ବଦା ଆଗରେ ରହିଥିବା ବେଳେ ସାଧାରଣରେ ସଚେତନତା ଏଇଠାରୁ ଆରମ୍ଭ ସହ ଆବଶ୍ୟକ ସ୍ଥଳେ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ସମିତି ଲକ୍ଷ୍ୟ ରଖିଥିବା ସେମାନେ ସୂଚନା ଦେଇଛନ୍ତି ।ଏନେଇ ରାଜ୍ୟ ସମ୍ମିଳନୀରେ ସମଗ୍ର ଓଡ଼ିଶାରୁ ୨ଶହରୁ ଅଧିକ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାର ସଫଳତା ପାଇଁ କର୍ମକର୍ତ୍ତାମାନେ ବିଭିନ୍ନ ମହଲରୁ ସହଯୋଗ କାମନା ସହ ସ୍ୱତନ୍ତ୍ର ଅଭ୍ୟର୍ଥନା କମିଟି ଗଠନ ଉପରେ ଗୁରୁତ୍ୱାରୋପ କରିଛନ୍ତି ।ଏହି ଅବସରରେଏକ ଅଭ୍ୟର୍ଥନା କମିଟି ଗଠନ କରାଯାଇଛି । ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷା ଭାବେ ଡ.ବିନୀତା ପଣ୍ଡା ରହିଥିବା ବେଳେ ସମ୍ପାଦିକା ଭାବେ ଜିଲା ସଭାପତି ଶ୍ରୀମତୀ ଜେନାଙ୍କୁ ମନୋନୀତ କରାଯାଇଛି । କୋଷାଧ୍ୟକ୍ଷ ଭାବେ ଶ୍ୟାମସୁନ୍ଦର ଜେନାଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ସେହିଭଳି ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ବାଲେଶ୍ୱର ବାର ଆସୋସିଏସନ ସଭାପତି ଆଇନଜୀବୀ ମନୋଜ ନାୟକଙ୍କ ସମେତ ବିଭିନ୍ନ ବିଭିନ୍ନ ସଂଗଠନର କର୍ମକର୍ତ୍ତା, ସମାଜସେବୀ ଓ କବି ତଥା ସାହିତ୍ୟିକଙ୍କୁ ମଧ୍ୟ ଏହି କମିଟି ଉପଦେଷ୍ଟା ଭାବେ ରଖାଯାଇଛି । ଆସନ୍ତା ଦୁଇଦିନିଆ ରାଜ୍ୟ ସମ୍ମିଳନୀକୁ ସଫଳ କରିବା ପାଇଁ କର୍ମକର୍ତ୍ତାମାନେ ଏହି ବୈଠକରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଶିଇର ହୁଇ, ସୀତାଂଶୁ ସେନାପତି, ଶ୍ୟାମସୁନ୍ଦର ଜେନାଙ୍କ ସମେତ ବହୁ ବାମପନ୍ଥୀ ନେତା ଏହି ବୈଠକରେ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ