ଅଖିଳ ଭାରତ ପୋଷ୍ଟମ୍ୟାନ, ଏମଟିଏସ ଓ ଗ୍ରାମୀଣ ଡାକ ସେବକସଙ୍ଘର ବାର୍ଷିକ ସମ୍ମିଳନୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଅଖିଳ ଭାରତ ପୋଷ୍ଟମ୍ୟାନ, ଏମଟିଏସ ଓ ଡାକ ସେବକସଙ୍ଘର ଦ୍ୱିତୀୟ ବାର୍ଷିକ ସମ୍ମିଳନୀ ସହରର ହୋଟେଲ ଗୋଲଡେନ ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଛି । ଲିୟାକତ ଅଲ୍ଲୀ, ସୂର୍ଯ୍ୟକାନ୍ତ ସାମଲ, ଅଶୋକ କୁମାର ପଣ୍ଡାଙ୍କୁ ନେଇ ଗଠିତ ସଭାପତି ମଣ୍ଡଳୀଙ୍କ ଦ୍ୱାରା ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ସହୀଦ ବେଦୀରେ ମାଲ୍ୟାର୍ପଣ ପରେ ସମ୍ମିଳନୀକୁ ଉଦଘାଟନ କରି ଶ୍ରମିକନେତା ଗୟାଧର ଧଳ ଦେଶ ଆଜି ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛି ବୋଲି ଆହ୍ୱାନ ଦେଇଥିଲେ । ମୋଦି ସରକାର ସମୟରେ ବୃହତ ଶିଳ୍ପପତିମାନଙ୍କୁ ଋଣ ଛାଡ ସହିତ ଟିକସ ରିହାତି ଦିଆଯାଉଥିବା ବେଳେ ଦେଶର ଗରୀବ ଚାଷୀ, ମୂଲିଆ, ଶ୍ରମିକ, କର୍ମଚାରୀ ଓ ଗ୍ରାମୀଣ ମହିଳାମାନଙ୍କ ଉପରେ ଅର୍ଥନୈତିକ ବୋଝ ବଢି ବଢି ଚାଲିଛି ବୋଲି କହିଥିଲେ । ସାରା ଦେଶର ଆଜି ସମସ୍ତେ ଏକାଠି ହୋଇ ମୋଦି ସରକାରର ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ସେ ଆହ୍ୱାନ ଦେଇଥିଲେ । ପୂର୍ବତନ ସର୍ବଭାରତୀୟ ସମ୍ପାଦକ ତଥା ଏନଏଫପିଇର ଡେପୁଟୀ ସେକ୍ରେଟାରୀ ଜେନେରାଲ ଦେବବ୍ରତ ମହାନ୍ତି ଡାକ ବିଭାଗର ସମସ୍ୟା ଓ ଗ୍ରାମୀଣ ଡାକସେବକମାନଙ୍କ ସମସ୍ୟାକୁ କିଭଳି ଭାବେ ପ୍ରତିହତ କରିହେବ ସେ ସମ୍ପର୍କରେ ସମ୍ମିଳନୀରେ ଉପସ୍ଥାପିତ କରିଥିଲେ । ଅଶୋକ କୁମାର ପଣ୍ଡା ଗତ ସମ୍ମିଳନୀରୁ ଏସମ୍ମିଳନୀ ମଧ୍ୟରେ ଘଟି ୍‌ଯାଇଥିବା ଘଟଣାବଳୀ ତଥା କାର୍ଯ୍ୟକ୍ରମର ରିପୋର୍ଟ ଉପସ୍ଥାପନ କରିଥିଲେ । ସହକାରୀ ସର୍କଲ ସମ୍ପାଦକ ରାଜୀବ କୁମାର ନାୟକ ଜି.ଡି.ଏସ. କ୍ୟାଡରକୁ ତିନି ଭାଗରେ ବିଭକ୍ତ କରିବା ପାଇଁ ଡାକ ବିଭାଗରୁ ଯେଉଁ ପ୍ରସ୍ତାବ ଆସିଛି ତାହାକୁ ସେ ଘୋର ବିରୋଧ କରିଥିଲେ । ଏହା ଘରୋଇକରଣ ପାଇଁ ଅଭିପ୍ରେତ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋତିରଞ୍ଜନ ପଲାଇ, ପ୍ରଭାସ ପାତ୍ର, ଅରକ୍ଷିତ ସେଠୀ, ସେକ ମନୁଆର୍‌, ଅମିତ ମହାନ୍ତି, ରଞ୍ଜନ ବାରିକ, ବର୍ଷାରାଣୀ ସାହୁ, ଦେବାଶିଷ ବିଶ୍ୱାଳ, କପିଳ ଚନ୍ଦ୍ର ଦାସ, ଦୀପଙ୍କର ଦାସ, କୁଶାଷନ ଦାସ, କୈଳାସ ମଳିକ, ସୁଶିଲ ଓରାମ, ମଙ୍ଗଳ ହେମ୍ବ୍ରମ, ରମେଶ ଚନ୍ଦ୍ର ଦାସ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଗାମୀ ସମ୍ମିଳନୀ ପର୍ଯ୍ୟନ୍ତ ଏମଟିଏସରୁ ଲିଆକତ ଅଲ୍ଲୀ, ସୂର୍ଯ୍ୟକାନ୍ତ ସାମଲ ଓ ଧୋଇ ଚରଣ ସାହୁ ପ୍ରମୁଖ ଯଥାକ୍ରମେ ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଥିବା ବେଳେ ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଙ୍ଘର ଅଶୋକ କୁମାର ପଣ୍ଡା ସଭାପତି ଓ କପିଳ ଚନ୍ଦ୍ର ଦାସ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ । ଆସନ୍ତା ସମ୍ମିଳନୀ ମଧ୍ୟରେ ସଂଗଠନକୁ ଅଭିବୃଦ୍ଧି ଓ ଦାବି ହାସଲ ପାଇଁ ଆହ୍ୱାନ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ