ଅଖିଳ ଭାରତ ଯୁବ ସଂଘ ଚମାଖଣ୍ଡି ଆଂଚଳିକ ସମ୍ମିଳନୀ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଚମାଖଣ୍ଡି ସ୍ଥିତ ସିପିଆଇ ପାର୍ଟି କାର୍ଯ୍ୟାଳୟ ତଥା ହରିବନ୍ଧୁ ଭବନ ପରିସରରେ ଅଖିଳ ଭାରତ ଯୁବ ସଂଘର ଚମାଖଣ୍ଡି ଆଂଚଳିକ ସମ୍ମିଳନୀ ଡଃ.ଦୁର୍ଯ୍ୟଧନ ପ୍ରଧାନ, କେ.ଗଣେଷ ରେଡ୍ଡୀ ଓ ବୀରେନ୍ ରାଉଳଙ୍କ ସଭାପତିତ୍ୱମଣ୍ଡଳୀରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଖିଳ ଭାରତ ଯୁବସଂଘର ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସେଠୀ ଯୋଗଦେଇ ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁର୍ନୀତି ନୀତି ବିରୋଧରେ ଗର୍ଜିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତ ଯୁବ ସଂଘ ଜିଲ୍ଲା ଉପସଭାପତି ମନୋଜ କୁମାର ଗୈାଡ, ଛତ୍ରପୁର ସମ୍ପାଦକ କୃଷ୍ଣ ରାଉଳ, ସିପିଆଇ ପାର୍ଟିର ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଚମାଖଣ୍ଡି ସମ୍ପାଦକ ସିଏଚ୍‌.ଜନାର୍ଦ୍ଦନ ରେଡ୍ଡୀ, ସହ-ସମ୍ପାଦକ ଏନ୍‌.ଗିରିଜା ପ୍ରସାଦ ରେଡ୍ଡୀ ଓ ଗୁରୁନାଥ ପ୍ରଧାନ, ଯୁବନେତା ଚିଙ୍କରା ବେହେରା, ନାରୀନେତ୍ରୀ ଏନ୍‌.ଭାନୁମତୀ ରେଡ୍ଡୀ, ଅଖିଳ ଭାରତ ଛାତ୍ର ସଂଘର ଜିଲ୍ଲାସଭାପତି କାମଦେବ ନାହାକ, ମନୋଜ ରାଉଲଙ୍କ ସମେତ ବହୁ ଯୁବକ, ଛାତ୍ର ଏବଂ ଦଳୀୟ କର୍ମୀମାନେ ଯୋଗଦେଇ ସମସ୍ତଙ୍କୁ ବିଜ୍ଞାନ ସମ୍ମତ ମାଗଣା ଶିକ୍ଷା, ଶିକ୍ଷା ଶେଷରେ ଯୁବକଙ୍କୁ ନିଯୁକ୍ତି, ଦେଶର ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଦାବି କରିଥିଲେ । ଏହାସହ ଯୁବକମାନଙ୍କ ନିମନ୍ତେ ବିଭିନ୍ନ ଦାବି ଉପରେ ଆଲୋକପାତ କରିଥିଲେ । ଗୋପାଳପୁର ବନ୍ଦର, ଟାଟା କଂପାନୀ, ଆଇଆରଇ କଂପନୀ ଏବଂ ଟିଟାନୀୟମ କଂପାନୀ ପରିସରରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦାବୀ ନେଇ ଏକ ବଡ ଧରଣର ଆନ୍ଦୋଳନ କରାଯିବା ନିମନ୍ତେ ସ୍ଥିର କରାଯାଇଥିଲା । ଆଇଆରଇ କଂପାନୀ ପରିସରରେ ସ୍ଥାପନ ହୋଇଥିବା ମୋନାଜାଇଟ୍ ପ୍ଲାଣ୍ଟ ଦ୍ୱାରା ଅଂଚଳର ବହୁ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ବହୁ ଜଣ ମ୍ୟୃତୁବରଣ କରିଛନ୍ତି ଏବଂ ଆଉ କେତକ ଜଣ ମେଡିକାଲରେ ଏବିବି ମଧ୍ୟ ଚିକିତ୍ସିତ ହେଉଛନ୍ତି । ତେଣୁ ମୋନାଜାଇଟ୍ ପ୍ଲାଣ୍ଟ କୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବା ନିମନ୍ତେ ଆନ୍ଦୋଳନ କରିବା ଉପରେ ମଧ୍ୟ ସମ୍ମିଳନୀ ରେ ନିଷ୍ପତ୍ତି ହୋଇଥିଲ।। ଏହି ପରିପ୍ରେକ୍ଷୀରେ ଅଖିଳ ଭାରତ ଯୁବ ସଂଘ ଚମାଖଣ୍ଡି ଆଂଚଳିନ ପରିଷଦର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ଅଖିଳ ଭାବରତ ଯୁବ ସଂଘର ଚମାଖଣ୍ଡି ଆଞ୍ଚଳିକ ସଭାପତି ଭାବେ ଡଃ.ଦୁର୍ଯ୍ୟାଧନ ପ୍ରଧାନ, ସମ୍ପାଦକ ଭାବେ ଗୁରୁନାଥ ପ୍ରଧାନ, ଉପସଭାପତି ଭାବେ କେ.ଗଣେଷ ରେଡ୍ଡୀ, ସହ-ସମ୍ପାଦକ ଭାବେ ମନୋଜ କୁମାର ରାଉଳ ସମେତ ୨୧ଜଣିଆ ପରିଷଦ ଗଠନ ହୋଇଥିଲ।ଅଖିଳ ଭାରତ ଯୁବ ସଂଘର ଓଡ଼ିଶା ରାଜ୍ୟ ସମ୍ମିଳନୀ ବ୍ରହ୍ମପୁରଠାରେ ୨୯ ଫେବୃୟାରୀଠାରୁ ୨ ମାର୍ଚ୍ଚ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟର ୩୦ ଜିଲ୍ଲାରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ପ୍ରତିନିଧିମାନେ ଯୋଗ ଦେଇ ନିଜର ହକ୍ ନିମନ୍ତେ ଲଢ଼େଇ କରିବେ ବୋଲି ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସେଠୀ ସୂଚନା ଦେଇଛନ୍ତି । ପ୍ରାରମ୍ଭରେ ଅଖିଳ ଭାରତର ଯୁବ ସଂଘର ପୂର୍ବତନ ଜିଲ୍ଲା ଉପସଭାପତି ଏନ୍‌.ଗିରିଜା ପ୍ରସାଦ ରେଡ୍ଡୀ ଦଳୀୟ ପତାକା ଉତୋଳନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ