ଅଖିଳ ଭୁମଣ୍ଡଳୀୟ ମୁନି ସମାଜ ପକ୍ଷରୁ ଯୋଗ ଦିବସ ପ।ଳିତ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ଅଖିଳ ଭୂମଣ୍ଡଳୀୟ ସର୍ବଶିରୋମଣି ମୁନି ସମାଜ ଓଡିଶା ପ୍ରାନ୍ତ ଭଦ୍ରକ ଜିଲ୍ଲା ଟିଲୋ ଜୋନ୍ ଶାଖା ଅଧିନ ରାଧାନଗର ବରପଦାସ୍ଥିତ ଶିବମୁନି ଯୋଗାଶ୍ରମ ଓ ସେଣ୍ଢତୀରା ଯୋଗାଶ୍ରମର ମିଳିତ ଆନୁକୂଲ୍ୟରେ ରାଧାନଗର ବରପଦା ନୋଡାଲ ଉପ୍ରା ବିଦ୍ୟାଳୟ ପରିସରରେ ଯୋଗ ଦିବସ ପାଳିତ ହୋଇଯାଇଛି । ଏଥିରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ତଥା ମୁନି ସମାଜର ସମସ୍ତ ସଦସ୍ୟା ସଦସ୍ୟା ମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ମୁନିରତ୍ନ ଯୋଗୀ ସୂର୍ଯ୍ୟମଣି ମୁନି ପତାକା ଉତ୍ତୋଳନ କରିଥିଲେ । ଏଥିରେ ମୁନି ସମାଜର ରମାକାନ୍ତ ମଲ୍ଲିକ ଓ ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ମାନେ ସହାୟତା କରିଥିଲେ । ସେହିପରି ଟାଇଁଗୁଣା, ବେଲଗଢିଆ, ଅଢାଳପଙ୍କ ଶିବମୁନି ଯୋଗାଶ୍ରମରେ ଏହି ଦିବସ ପାଳନ ହୋଇଥିଲା । ଏଠାରେ ଯୋଗୀ ଶତୃଘ୍ନ ମୁନି ପତାକା ଉତ୍ତୋଳନ କରିଥିଲେ । କାର୍ଯ୍ୟକ୍ରମରେ କେନ୍ଦ୍ରର ସଭାପତି ମୁନି ନରହରି ଧଳ, ସଂପାଦକ ଅନାମ ଚରଣ ଜେନାଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ