ଅଖୀଳ ଭାରତୀୟ ଵିହାରୀ ସଂଘର‌ : ରାଇରଙ୍ଗପୁର ଶାଖାର ଖବରଦାତା ସମ୍ମିଳନୀ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ଅଗ୍ରଣୀ ଅଣ ରାଜନୈତିକ ସଂଗଠନ\’ଅଖୀଳ ଭାରତୀୟ ବିହାରୀ ସଂଘ\’ ରାଇରଙ୍ଗପୁର ତରଫରୁ ଗୁରୁବାର ଦିନ ପୂର୍ବାହ୍ନରେ ଏକ ଖବରଦାତା ସମ୍ମିଳନୀ ସ୍ଥାନୀୟ କୁଡୁମି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବରିଷ୍ଠ ସଦସ୍ୟ ରାମ ପ୍ରବେଶ ସାଓ ସଭାପତିତ୍ବ କରି ଏହି ଅନୁଷ୍ଠାନର ଉଦେଶ୍ୟ ଓ କାର‌୍ୟ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।ସେ କହିଥିଲେ ଏହି ଅନୁଷ୍ଠାନ ଏକ ଅଣ ରାଜନୈତିକ ଅନୁଷ୍ଠାନ । ବିହାରୀ ସଂପ୍ରଦାୟର ସବୁ ବର୍ଗର ଲୋକଙ୍କୁ ନେଇ ଏହା ଗଠିତ ହୋଇଛି । ସମସ୍ତେ ବିହାରୀ ସମାଜର ସୁବିଧା ଅସୁବିଧାରେ ଛିଡ଼ା ହେବା ସହ ସମାଜର ଅବହେଳିତ,ଦୁଃଖୀ,ରଙ୍କୀ ସମସ୍ତଙ୍କର ସେବା ପାଇଁ ସମସ୍ତ ସଦସ୍ୟ ଚେଷ୍ଟିତ ହେଲେ ଏହି ଅନୁଷ୍ଠାନର ମୂଳ ଉଦେଶ୍ୟ ପୂରଣ ହୋଇପାରିବ ବୋଲି କହିଥିଲେ ।ବର୍ଷର ଥରେ ଅଧେ ସଭା ସମିତି ହେଲେ ଚଳିବନି ।ଏହି ଅନୁଷ୍ଠାନ ବିହାରୀ ସମାଜର‌ ଜାତି, ଧର୍ମ ଭେଦଭାବ ନ ରଖି ସମସ୍ତଙ୍କର ଉନ୍ନତି ଓ ବିକାଶ ପାଇଁ କାମ କରିବ ।ଏହି କାର‌୍ୟ୍ୟକ୍ରମରେ ବରିଷ୍ଠ ସଦସ୍ୟମାନେ ସମାଜର ଉନ୍ନତି ପାଇଁ ମୂଲ୍ୟବାନ କଥା କହିଥିଲେ । ସମସ୍ତେ ଏହି ଅନୁଷ୍ଠାନର ଛତା ତଳେ ରହି ଐକ୍ୟବଦ୍ଧ ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ । ଯିଏ ଯେଉଁ ରାଜନୈତିକ ଦଳର ହେଉ ଏଠାରେ ଭେଦଭାବ ରହିବ ନାହିଁ କି ବାଧ୍ୟ ବାଧକତା ନାହିଁ କି ଏଠାରେ ରାଜନୈତିକ ଚର୍ଚ୍ଚା ହେବ ନାହିଁ । ଏହି କାର୍ଯ୍ୟକ୍ରମରେ ,ପ୍ରଦୀପ ସାଓ,କିଶୋର ରଜକ, ଶଶାଙ୍କ କୁମାର,ଦିଲିପ ସାଓରାଜକିଶୋର ପ୍ରଜାପତି, ପ୍ରଜାପତି,ମନିଷ ପୋଦାର ଭୋଲୁ ସୁକ୍ଳା,ନିଭାଷ ପାଣ୍ତେ ବିଭିନ୍ନ ଅଂଚଳରୁ ବହୁ ପୁରୁଷ ଓ ମହିଳା ସଦସ୍ୟ‌ ଯୋଗ ଦେଇଥିଲେ ।ଶେଷରେ ରାମ ପ୍ରବେଶ ସାଓ ହୋଲି ପର୍ବର ଶୁଭେଚ୍ଛା ସମସ୍ତଙ୍କୁ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ