ଅଗଷ୍ଟ ପରେ ସମ୍ପୂର୍ଣ୍ଣ ଭାବରେ ଖୋଲିବ ସ୍କୁଲ
ନୂଆଦିଲ୍ଲୀ : କରୋନା ଭାଇରସ୍ କାରଣରୁ ଦେଶବ୍ୟାପୀ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ଅଗଷ୍ଟ ମାସରେ ସ୍କୁଲ ଖୋଲିବା ନେଇ ଘୋଷଣା କରାଯାଇଛି । କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ରବିବାର ଏହି ଘୋଷଣା କରିଛନ୍ତି । ଅଗଷ୍ଟ ମାସ ପରେ ସ୍କୁଲ ଏବଂ କଲେଜ ଗୁଡିକ ସମ୍ପୂର୍ଣ୍ଣ ଭାବରେ ଖୋଲିବାକୁ ଯାଉଛି । ଜୁଲାଇ ପରଠାରୁ ୩୩ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଆରମ୍ଭ ହେବାକୁ ଯାଉଛି । ତେବେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲକୁ ଆସିବା ଉପରେ କଟକଣା ଜାରି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ମେ ୧୬ ତାରିଖରୁ ସ୍କୁଲ ବନ୍ଦ କରାଯାଇଥିବା ବେଳେ ୩୩ କୋଟି ଛାତ୍ରଛାତ୍ରୀ ପାଠପଢା ଅପେକ୍ଷାରେ ରହିଛନ୍ତି । ସେହିପରି ଗ୍ରୀନ୍ ଏବଂ ଅରେଞ୍ଜ ଜୋନ୍ ମାନଙ୍କରେ ସାମାଜିକ ଦୂରତ୍ବ ପାଳନ କରି ଜୁଲାଇ ପରଠୁ ପାଠପଢା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।


