ଅଗଷ୍ଟ ୧୫, ୭୪ତମ ସ୍ୱାଧୀନତା ଦିବସ ଅବସରରେ

ସ୍ୱାଧୀନତାର ଜନ୍ମ କେବଳ ଅଭ୍ୟାସଗତ ମନୂପାଠ
ପ୍ରଦୀପ ସେନାପତି

ବାସ୍ତବତାକୁ ସ୍ୱିକାର କରିବାକୁ ପଡ଼ିବ ଯେ, ୭୪ବର୍ଷର ସ୍ୱାଧୀନତାପ୍ରାପ୍ତି ପରେ ଗଣତାନ୍ତ୍ରିକ ରାଷ୍ଟ୍ର ଓ ଧର୍ମର ସଂଜ୍ଞା ଯଥାର୍ଥରେ ଗଣଙ୍କ ଦ୍ୱାରା, ଗଣଙ୍କ ପାଇଁ, ଗଣଙ୍କର ପ୍ରଶାସନିକ ଏକ ସର୍ବମାନ୍ୟ ବ୍ୟବସ୍ଥା ସ୍ଥାପିତ କଲା । କିନ୍ତୁ ଗଣଙ୍କର ଆସ୍ଥା ଓ ଗଣଙ୍କ ଦ୍ୱାରା ସ୍ଥାପିତ ରାଷ୍ଟ୍ର ବିତର୍କିତ ହୋଇଗଲା । ଗଣତନ୍ତ୍ରର ଆସ୍ଥା ଧର୍ମ । ଗଣରାଷ୍ଟ୍ର ଗଣର ସଂକଳ୍ପ । ଧର୍ମ ଓ ରାଷ୍ଟ୍ରକୁ ସମ୍ଭାଳି ନପାରିବାର ଦୁର୍ବଳତା ଗଣତନ୍ତ୍ରର ସବୁଠୁ ଶତ ପ୍ରତିଶତ ବିଫଳତା ଓ ଏଥିପାଇଁ ସ୍ୱାଧୀନତାର ଜନ୍ମ କେବଳ ଏକ ଅନୁଷ୍ଠାନ-ପରିଚାଳିତ ଅଭ୍ୟାସଗତ ମନୂପାଠ ହୋଇରହିଛି । ଏହାର ଆଧାରଭୂତ ସଂରଚନା ରାଜନୀତିର କ୍ରିଡ଼ନକରେ ପରିଣତ ହୋଇଛି ।
ଦେଶରେ ୨୦୨୦ ଓ ୨୦୨୧ ମାତ୍ର ବର୍ଷକର ସ୍ଥିତି, ଗତି, ପ୍ରଗତି ଆଜି ବିପନ୍ନ ଏବଂ କରୋନା ନାମରେ ମହା ଦୁର୍ନୀତିର କରାଳ ଛାୟା ଆଜି ଗ୍ରାସ କରିସାରିଛି । ଜଣେ ଦେଶଭକ୍ତ ଭାବରେ ନିଜର ହୃଦୟ ଭିତରେ ଭରି ରହିଥିବା ବର୍ଷସାରାର କୁପ୍ରଭାବ ଯାହା ପରିଲକ୍ଷିତ ହୋଇଛି, ତାହାକୁ ଭାବି ଭାବି ବଞ୍ôଚବା ପାଇଁ ବାଧ୍ୟ ହୋଇଛି । ଜଣେ ଦିଗ୍‌ଦର୍ଶକ ଭାବେ ମୋର ଏ ଗରୀବ ଦେଶରେ କରେନା ଆଇନ ବଳରେ ୮୦ କୋଟି ଜନତା କିଭଳି ଭାବରେ ଦାରିର୍ଦ୍ୟତାର ସୀମାକୁ ଟପିଗଲେଣି, ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କିଭଳି ଜୀବନ କଟାଉଛନ୍ତି ତାହା ମୁଁ ନିଜର ଅଙ୍ଗେ ନିଭାଇଥିବା ଅନୁଭୂତିକୁ ଗ୍ରହଣ କରିଛି । ମୁଁ ଜାଣେ ଯେ, କେବଳ ସର୍ବଶକ୍ତିମାନ ଭଗବାନ ଶିବ ହିଁ ଆମକୁ ଏତେବେଳେ ପର୍ଯ୍ୟନ୍ତ ବଞ୍ଚାଇ ରଖିଛନ୍ତି । ମୋତେ ଯାହା ଲାଗୁଛି ଏବେ ଦେଶରେ ନା ଗଣତନ୍ତ୍ର ଅଛି ନା ଦେଶପ୍ରେମର ସରକାର ଚାଲିଛି । ସତେ ଯେପରି ଏ ଦେଶ ପାଇଁ ବାପା, ମାଆ ବୋଲି କେହି ନାହାଁନ୍ତି । ସୁବିଧାବାଦୀ ଏକଛତ୍ରବାଦିଆ, ଶାସନ ଚାଲୁଥିବାର ଗରୀବ ଜନସାଧାରଣ ଜାଣି ସାରିଲେଣି । ଏହି ଏକଛତ୍ରବାଦିଆ ସରକାର କେବଳ ତୁଣ୍ଡିବାନ୍ଧି ଘରଭିତତରେ ଏସ୍‌.ସି ଏବଂ ସୁରକ୍ଷା ବଳୟ ମଧ୍ୟରେ ରହି ରାଜ କରୁଥିବା ବେଳେ ଦେଶର ଜନତାଙ୍କର ବିପନ୍ନ ସ୍ଥିତି, ଜରାଜୀର୍ଣ୍ଣ ଅବସ୍ଥାକୁ କୌଣସି ପ୍ରକାରେ ଗୁରୁତ୍ୱ, ଖାତିର ଏବଂ ଚିନ୍ତା ନକରି କେବଳ ଗାଦି ହିଁ ତାଙ୍କ ପାଇଁ ସର୍ବସ୍ୱ । କେବଳ ମାତ୍ର ଏହି ଗୋଟିଏ ଚିନ୍ତା, ଗୋଟିଏ ଆଦର୍ଶ ଭିତରେ ସୀମିତ । ତାହାକୁ ହିଁ ସେ ଆପଣେଇଛନ୍ତି । ନୋଟ ଅଛି ତ ଭୋଟ ଅଛି ଏଭଳି ସରଳ ଉପାୟଟି ସେମାନଙ୍କୁ ବେଶ୍ ଭଲଭାବେ ଜଣା । ଗରୀବ ଲୋକଙ୍କ ଅବସ୍ଥାକୁ ସୁଦୃଢିକରଣ କରିବା ପାଇଁ ଗୋଟିଏ ଦେଶପ୍ରେମର ସରକାର ଯଦି ଆଜି ସୁଦୃଢ ଥାଆନ୍ତା, ତେବେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଅଗ୍ରାଧିକାର ଭିତ୍ତିରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିଷ୍ପତ୍ତି ନେଇପାରି ଥାଆନ୍ତା । ଏ ଗରୀବ ଦେଶର ଗରୀବଙ୍କ ଭୋଟରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ ହେଉଛନ୍ତି ତାହା ସେମାନେ ଭଲ ଭାବରେ ଜାଣିଥିଲେ ମଧ୍ୟ ମାତ୍ର ୨୦ଭାଗ ନିଜକୁ ଧନୀଶ୍ରେଣୀର ଉପାଧି ପାଇଥିବା ଲୋକମାନଙ୍କ ଆଶୀର୍ବାଦରେ ନିଜକୁ ଜନପ୍ରିୟ ନେତା ବା ସରକାର ବୋଲି କୁହନ୍ତି । ସେହି ସରକାରଙ୍କ ଆଶୀର୍ବାଦରେ ମଧ୍ୟ ସେମାନେ ଆହୁରି ଅଧିକରୁ ଅଧିକ ଧନୀ ଏବଂ କଳାମନି ପ୍ରଚୁର ପରିମାଣରେ ଠୁଳ କରିବାରେ କୌଣସି ପ୍ରକାର ସେମାନେ ଅବହେଳିତ ନୁହଁନ୍ତି । ଉଭୟଙ୍କର ସଲାସୁତୁରାରେ ଗରୀବ ଦେଶକୁ ଲୁଣ୍ଠନ କରିଚାଲିଛନ୍ତି । ଆମ୍ଭେମାନେ ଯେଉଁ ଗରୀବକୁ ସେହି ଗରୀବର ମାନ୍ୟତା ପାଇ ଆହୁରି ଗରୀବଙ୍କ ସଂଖ୍ୟା ଅଧିକ ୨୫ କୋଟିରେ ପହଞ୍ôଚଲାଣି । ଆମ୍ଭେମାନେ ମଧ୍ୟ ଗଧ ହୋଇ ସେମାନଙ୍କ ହାତରେ ବଦ୍ଧ ହେଉନାହୁଁ କି? ବାସ୍ତବରେ ଆମ୍ଭେମାନେ ନିଶ୍ଚିତ ଭାବରେ ଜାଣିପାରୁ ନାହୁଁ ଯେ, ଆମରି ୮୦ଭାଗ ଗରୀବଙ୍କ ଟଙ୍କାକୁ କିଭଳି ସରକାରଙ୍କ ମାଧ୍ୟମରେ ହରିଲୁଟ ହୋଇ ଏବଂ ଆମ୍ଭଙ୍କୁ ଲଲିପପ୍ ଦେଇ ସରକାର ଗରୀବ ଜନତାଙ୍କୁ କିଭଳି ଉଠ୍‌ବସ୍ କରାଉଛନ୍ତି । ସେଥିପାଇଁ ଆମ୍ଭେ ଗଧ ନା ନିର୍ବୋଧ? ତାର ଉତ୍ତର ମୋର ଦେଶର ୮୦ ଭାଗ ଗରୀବ ଜନତାଙ୍କ ଉପରେ ଛାଡ଼ି ଦେଉଛି । ଆପଣ ତାର ବିଚାର କରିବା ନିତାନ୍ତ ଜରୁରୀ । ଏହା କିଭଳି ଗଣତନ୍ତ୍ର ନା ରାଜତନ୍ତ୍ର ସମସ୍ତ ଦଳରେ ଚାଲିଥିବା ପାରିବାରିକ କୁଶାସନ କେବହେଲେ ସୁଶାସନର ମର୍ଯ୍ୟାଦା ରକ୍ଷା କରାଯାଇ ନପାରେ ।
ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଆଜିର ପବିତ୍ର ଦିବସରେ ନିଶ୍ଚିତଭାବେ ଆମେ ଶପଥ ନେବା, ପ୍ରତିଜ୍ଞାବଧ ହେବା ଯେ, ଗରୀବ ଭାରତ ଚଳିବ ନାହିଁ, ସୁନାର ଭାରତ ଗଢିବି ମୁହିଁ । ଏଥି ନିମନ୍ତେ ଏହାକୁ ଦୃଢ ଭାବରେ ଏବଂ ଯଥାଶୀଘ୍ର ବାସ୍ତବତାକୁ ସଫଳ କରିବା ପାଇଁ ଉଦ୍ୟମ ଆବଶ୍ୟକତା ଜରୁରୀ । ଦେଶର ଶାସନ କଳକୁ ଚାରି ଭାଗରେ ବିଭକ୍ତ କରାଯିବାର ଆବଶ୍ୟକ । ପୂର୍ବ, ପଶ୍ଚିମ, ଉତ୍ତର ଏବଂ ଦକ୍ଷିଣ ଭାରତ ଏହିଭଳି ଚାରିଦିଗରେ ଚାରିଜଣ ପ୍ରଧାନମନ୍ତ୍ରୀଙ୍କୁ ଶାସନଭାର ଦିଆଯିବା ଦରକାର । ଶାସନ କଳକୁ ସୁଦୃଢୀକରଣ, ସରଳୀକରଣ ସହିତ ଗରୀବଙ୍କ କଲ୍ୟାଣ ପାଇଁ ନିଶ୍ଚିତ ଭାବେ ସୁଶାସନର ବ୍ୟବସ୍ଥାପକ ପନ୍ଥା ବାହାରି ପାରିବ । ସେହିପରି ସମସ୍ତ ରାଜ୍ୟରେ ଚାରିଦିଗରେ ଚାରିଜଣ ମୁଖ୍ୟମନ୍ତ୍ରୀ ରହିବା ବାଞ୍ଛନୀୟ । ଖାଲି ଶହ ଶହ କୋଟି ଟଙ୍କା ବ୍ୟୟରେ ଅଯଥାରେ ନୂଆ ସଂସଦ ଭବନ ଓ ବିରାଟକାୟ ପ୍ରତିମୂର୍ତ୍ତି ସ୍ଥାପନର ଗରୀବଙ୍କ ପାଇଁ ତାହା ମୂଲ୍ୟହୀନ । ଏପରି ହେଲେ ଗରୀବ ଦେଶର ମାନ୍ୟତା ପାଇଥିବା ଆମ୍ଭେମାନେ ପୃଥିବୀର ସର୍ବଶ୍ରେଷ୍ଠ ଶକ୍ତିଶାଳୀ ଗଣତାନ୍ତ୍ରିକ, ଧନଶାଳୀ ଏବଂ ପ୍ରଭାବଶାଳୀ ଦେଶର ମାନ୍ୟତା ପାଇପାରିବା । ଆମ ଦେଶ ଧନୀ କିନ୍ତୁ ଲୋକେ ଗରୀବ । ମୋର ଏହି ଅପରିପକ୍ୱ ତୃଟି ଲେଖାଟିକୁ ଯଦି କାହାର ସନ୍ଦେହ ଅଛି ତେବେ ମୋତେ ପ୍ରଶ୍ନ ପଚାରି ପାରିବେ । ମୁଁ ପ୍ରାଞ୍ଜଳ ଭାବେ କହିବି ଏବଂ ସେଥିପାଇଁ ମୁଁ ଉତ୍ତରଦାୟୀ ରହିବି । ସଂକ୍ଷିପ୍ତରେ ମୁଁ ମୋର ଏହି ଲେଖା ପ୍ରକାଶ କରୁଥିବାରୁ ଆପଣଙ୍କ ମନରେ ଦ୍ୱନ୍ଦ ଉପୁଜିବା ସ୍ୱାଭାବିକ । ଆହୁରି ଅନେକ ସରଳୀକରଣ ଉପାୟରେ ଆମ ଦେଶରୁ ଗରୀବ ହଟାଇ ପାରିବ ବୋଲି ମୁଁ ଆଜି ଏହି ପବିତ୍ର ସ୍ୱାଧୀନତା ଦିବସ ଅବସରରେ ‘ଭାରତୀୟ ଗରୀବ ମହାସଂଗଠନ’ ଗଠନ କରୁଛି । ଗରୀବଙ୍କର ବାସ୍ତବ ଏବଂ ମୌଳିକ ସମସ୍ୟା ଓ ସମସ୍ତ ପ୍ରକାର ସୁବିଧାରୁ ଯେପରି ଜଣେ ହେଲେ କେହି ବଞ୍ôଚତ ନ ହୁଅନ୍ତି, ତାହା ମୋର ସଂକଳ୍ପ, ଶପଥ, ପ୍ରତିଜ୍ଞାବଦ୍ଧ କରୁଛି । ତାହା ମୋର ହୃଦୟ ଭିତରେ ଭରି ରହିଥିବା ଅନୁଭୂତିର ପ୍ରତିଛବି । ଏଥିପାଇଁ ଭାରତୀୟ ଗରୀବ ଜନତାଙ୍କୁ ଆହ୍ୱାନ କରୁଛି, ଆସନ୍ତୁ ସଭିଏଁ ଏକାଠି ହେବା-ଦେଶରୁ ଗରୀବ ହଟାଇଦେବା । ଗରୀବର ଜାତି ନାହିଁ । ଏହି ମହାସଂଗଠନରେ ସର୍ବଧର୍ମ ସମନ୍ୱୟ ରକ୍ଷା କରିବା ଆମର ସମସ୍ତଙ୍କର ଉତ୍ତରଦାୟିତ୍ୱ । ସମସ୍ତ ଜାତିଭେଦ ଭୁଲି ସାମିଲ ହେବେ । ସ୍ୱାଧୀନ ଭାରତ ସୁନାର ଭାରତ ଆମର ସ୍ୱପ୍ନ । ପ୍ରକୃତ ଗଣତନ୍ତ୍ରରେ ଗଣମାନେ ସ୍ୱାଧୀନତାର ସ୍ୱାଦ ଅଙ୍ଗେ ଲିଭାନ୍ତୁ । ପୂର୍ବସୂରୀ ମାନଙ୍କ ତ୍ୟାଗ, ବଳିଦାନ କଦାପି ବୃଥା ଯିବନି । ସେମାନେ ତ୍ୟାଗ ବଳି ଦେଇଥିବା ବେଳେ, ମାତ୍ର ୨୦ ଭାଗ ଜନତା ରାଜଭୋଗ କରୁଥିବାରୁ ଦେଶର ୮୦ଭାଗ ଗରୀବ ଜନତାଙ୍କୁ ପଚାରୁଛି କିଏ? ଗରୀବ ଜନତାଙ୍କର ଏ ଦେଶ ଏହାକୁ ସମସ୍ତେ ମନେ ରଖିବା ପାଇଁ ଏହା ମୋର ସତର୍କଘଣ୍ଟି ବୋଲି କୁହାଯାଇପାରେ । ୮୦ କୋଟି ଗରୀବଙ୍କର ୧୬୦ କୋଟି ହାତ । ଏହି ହାତରେ ଗଢିବା ସୁନାର ଭାରତ, ଏହି ସଂଗଠନ ହେବ ଆମର ରକ୍ଷାର କବଚ ।
ଜୟହିନ୍ଦ, ଜୟ ଭାରତ, ବିଜୟ ନିଶ୍ଚିତ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ