ଅଗଷ୍ଟ ୧୬ରୁ ଖୋଲିବ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର, (ୱାଇଏନ୍ଏସ୍):ଚଳିତ ମାସ ଅଗଷ୍ଟ ୧୬ ତାରିଖରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ । ୧୬ରୁ ଶ୍ରେଣୀଗୃହ ଶିକ୍ଷାଦାନ ହେବା ନେଇ ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି। ଏହି ସୂଚନା ମୁତାବକ, ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ସମସ୍ତ କଲେଜ ଓ ଶ୍ୱବିଦ୍ୟାଳୟଗୁଡ଼ିକ ଅଗଷ୍ଟ ୧୬ରୁ ଖୋଲିବ। ପିଜି ପ୍ରଥମ ବର୍ଷ ଓ ୟୁଜି ପ୍ରି-ଫାଇନାଲ ବର୍ଷ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଗୃହରେ ପାଠପଢ଼ା ହେବ। ତେବେ ପିଜି/ୟୁଜି ଫାଇନାଲ ପରୀକ୍ଷା ପୂର୍ବ ଯୋଜନା ଅନୁଯାୟୀ ଅନ୍ଲାଇନ୍ ମୋଡ଼୍ରେ ହିଁ ହେବ।