ଅଗଷ୍ଟ ୧୭ କ୍ରାନ୍ତି ଦିବସ ପାଳିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ବ୍ଲକ କହରାପୋଖରୀ କ୍ରାନ୍ତି ମଇଦାନ ଠାରେ ଅଗଷ୍ଟ ୧୭ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ୧୯୪୨ ଅଗଷ୍ଟ ୧୭ତାରିଖ ଦିନ ଭାରତ ଛାଡ ଆନ୍ଦୋଳନ ସମୟରେ ସ୍ଥାନୀୟ ବୀର ସଂଗ୍ରାମୀ ମାନେ ଭଣ୍ଡାରିପୋଖରୀ ଥାନାକୁ ପୋଡିଦେଇଥିଲେ । ଘଟଣାର ସ୍ମରଣାର୍ଥେ ସେବେଠାରୁ କ୍ରାନ୍ତି ମଇଦାନ ସହିତ ଥାନା ପରିସରରେ କ୍ରାନ୍ତି ଦିବସ ପାଳିତ ହୋଇ ଆସୁଛି । ଚଳିତବର୍ଷ ଏହା ୮୯ବର୍ଷରେ ପଦାର୍ପଣ କରିଥିବାବେଳେ କୋଭିଡ କଟକଣା ଅନୁଯାୟୀ ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରାଯାଇଥିଲା । ସଂଗ୍ରାମୀ ଅନିରୁଦ୍ଧ ପଣ୍ଡାଙ୍କ ଦାୟଦ ବା’ାନିଧି ପଣ୍ଡା କ୍ରାନ୍ତି ମଇଦାନ ଠାରେ ଜାତୀୟ ପତାକା ଉତ୍ତୋଳନ କରିଥିବାବେଳେ ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ବୀର ସଂଗ୍ରାମୀଙ୍କ ସ୍ମୃତିଚାରଣ କରିଥିଲେ । ସ୍ଥାନୀୟ ବିଡିଓ ଦେବଦତ୍ତ ଦାସ, ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଥାନା ଏଏସଆଇ ଅନୁରାଗ ମହାନ୍ତି, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଗୋଲକ ଚନ୍ଦ୍ର ବେହେରା, ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ବିଜେପି ନେତା ବଦ୍ରୀ ନାରାୟଣ ଧଳ, କଂଗ୍ରେସ ନେତା ସୁବ୍ରତ ଦାସ, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀଧର ନାୟକ, ରଜନୀକାନ୍ତ ଚନ୍ଦ, ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ସମାଜସେବୀ ଡମ୍ବରୁଧର ବେହେରା, ଶ୍ୟାମସୁନ୍ଦର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ସହିଦ ସ୍ମୃତିସ୍ତମ୍ବରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେହିଭଳି ଥାନା ପରିସରରେ ଥିବା ସ୍ମୃତି ସ୍ତମ୍ବ ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ମାଲ୍ୟାର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପୁଲିସ କର୍ମଚାରୀ ଓ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ ।