ଅଗସ୍ତିନୂଆଗାଁ ଗ୍ରାମରେ ମା ଶ୍ୟାମାକାଳୀ ପୂଜା ଆରମ୍ଭ
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମର ଭଳିବଲ ପଡ଼ିଆରେ ଅଗସ୍ତିନୂଆଗାଁ ଗ୍ରାମବାସୀଙ୍କ ଦ୍ଵାରା ଆଜି ଅର୍ଥାତ ବୁଧବାର ଠାରୁ ମା ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ହୋଇଛି l ମା ଶ୍ୟାମାକାଳୀଙ୍କ ପୂଜା ଏହି ପଡିଆରେ ୬ ବର୍ଷ ଧରି ହୋଇଆସୁଛି l ଏଥିପାଇଁ ସମଗ୍ର ଅଗସ୍ତିନୂଆଗାଁ ଗ୍ରାମ ସହ ଆଖପାଖ ଗାଁ ଉତ୍ସବ ମୁଖର ହୋଇଛି l ପ୍ରତ୍ୟେକ ଦିନ ମା ଙ୍କ ଅଭିନବ ରୂପ ଦର୍ଶନ ସାଙ୍ଗକୁ ସନ୍ଧ୍ୟା ଆଳତି , ବାହ୍ୟ କୁମ୍ଭ ପୂଜା ,ଚଣ୍ଡୀପାଠ ,ହୋମ ଇତ୍ୟାଦି କାର୍ଯ୍ୟକ୍ରମ ପାରମ୍ପରିକ ରୀତିନୀତି ଅନୁସାରେ ହେବା ସହ କରୋନା ମାର୍ଗଦର୍ଶିକା ଆଧାରରେ ପୂଜାବିଧି ହେବ ବୋଲି ଗ୍ରାମବାସୀଙ୍କ ତରଫରୁ ସୂଚନା ମିଳିଛି l ମଧ୍ୟାହ୍ନରେ ଋଷିକୂଲ୍ୟା ନଦୀରୁ ଜଳ ସହ କଳସ ଯାତ୍ରା କରି ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା l ତାପରେ ମହାଆଳତୀ, ବାହ୍ୟକୁମ୍ଭପୂଜା,ହୋମ, ଚଣ୍ଡୀପାଠ ଏବଂ ସର୍ବଶେଷରେ ମହାପୂଜା ଅନୁଷ୍ଠିତ ହେବ l ଏହି ପୂଜା ପଣ୍ଡିତ କେଦାର ପଣ୍ଡା ଏବଂ ତାଙ୍କ ଜ୍ୟେଷ୍ଠ ପୁତ୍ର ସୁମନ କୁମାର ପଣ୍ଡାଙ୍କ ପୌରହତିରେ ସମ୍ପାଦନ ହୋଉଥିଲା ବେଳେ କର୍ତା ଭାବେ ବସନ୍ତ ନାହାକ ରହିଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ବିଳାସ ପଲାଇ ,ରମେଶ ନାହାକ ,ବସନ୍ତ ଗୌଡ଼, ଡାକ ସ୍ୱାଇଁ, ରୋହିତ ନାହାକ,ଜିତେନ୍ଦ୍ର ଗୌଡ଼, କୃଷ୍ଣ ସ୍ୱାଇଁ, ସନୁ ପଣ୍ଡା ,ଅକ୍ଷୟ ପଲାଇ ପ୍ରଭୁତି ପୂଜା କlଯ୍ୟ ସମ୍ପାଦନ କରୁଛନ୍ତି l ପ୍ରତ୍ୟେକ ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀଙ୍କ ସଦସ୍ୟଙ୍କ ଦ୍ୱାରା ଆଳତୀ ସହ ଭଜନ ପରିବେଷଣ କରାଯିବା ସହ ଭଷାଣି ୮ ତାରିଖରେ ହେବ ବୋଲି ଗ୍ରାମବାସୀଙ୍କ ତରଫରୁ ସୂଚନା ଦିଆଯାଇଛି l