ଅଗସ୍ତି ନୂଆଗାଁ ରେ ଭାରତୀୟ ଜନତା ପାର୍ଟିର କର୍ମୀ ସମ୍ମିଳନୀ
ଛତ୍ରପୁର (ଦେବଦତ୍ତ ମହାରଣା):କଣମଣା ମଣ୍ଡଳ ଅନ୍ତର୍ଗତ ଅଗସ୍ତି ନୂଆଗାଁ ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ପରିସରରେ ଭାରତୀୟ ଜନତା ପାର୍ଟିର ଏକ କର୍ମୀ ସମ୍ମିଳନୀ କଣମଣା ମଣ୍ଡଳ ସଭାପତି ପଦ୍ମ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା ଅନୂସୁଚିତ ଜାତି ମୋର୍ଚ୍ଚାର ସଭାପତି ପ୍ରଶାନ୍ତ କୁମାର କର ଯୋଗ ଦେଇ ଆଗାମୀ ପଂଚାୟତ ନିର୍ବାଚନ ନିମନ୍ତେ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ସେ ଦଳୀୟ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ଡାକ୍ତର ସୁବାସ ଚନ୍ଦ୍ର ସାହୁ, ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର, କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ମୁଦୁଲି, ଜିଲ୍ଲା ଉପସଭାପତି ଗଣପତି ବାରିକ, ବିଜେପି ଜିଲ୍ଲା ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଣ୍ଡା, କଣମଣା ମଣ୍ଡଳ ପ୍ରଭାରୀ ତଥା ପୂର୍ବତନ ଉପାଧ୍ୟକ୍ଷ ବସନ୍ତ କୁମାର ବେହେରା, ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ଯୁବନେତା ରାଜେନ୍ଦ୍ର ପଲାଇ, ଟାଙ୍ଗଣାପଲ୍ଲୀ ମଣ୍ଡଳ ସଭାପତି ବିକ୍ରମ କୁମାର ପାଣିଗ୍ରାହୀ, କଣମଣା ମଣ୍ଡଳ ସମ୍ପାଦକ ପ୍ରଫୁଲ୍ଲ କୁମାର ପଣ୍ଡା, ଶ୍ରୀଧର ନାହାକ, ମୁନା ବେହେରା, ଡି.ଏରେୟାଙ୍କ ସମେତ ବହୁ ଦଳୀୟ କର୍ମୀ ମାନେ ଯୋଗ ଦେଇ ଆଗାମୀ ପଂଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ମାନଙ୍କୁ ବିଜୟୀ କରିବା ନିମନ୍ତେ ସଂକଳ୍ପ ବଦ୍ଧ ହୋଇଥିଲେ ।


