ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ତିନି ପରିବା ବ୍ୟବସାୟୀଙ୍କୁ ଭେଟିଲେ ଶ୍ରମ ମନ୍ତ୍ରୀ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ଏନଏସିର ତ୍ରିନାଥ ସ୍ୱାମୀ ପରିବା ମାର୍କେଟରେ ଅକ୍ଟୋବର ୫ ତାରିଖ ରାତ୍ରରେ ଅଗ୍ନିକାଣ୍ଡ ଘଟି ତିନି ଜଣ ବ୍ୟସାୟୀଙ୍କ ସମସ୍ତ ଜିନିଷ ଓ ପରିବା ପତ୍ର ପୋଡି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ତିନି ପରିବା ବ୍ୟବସାୟୀ ହେଲେ ସୀମାଞ୍ଚଳ ପ୍ରଧାନ, ଧୋବା ପ୍ରଧାନ, ଓ ସନ୍ୟାସୀ ପଣ୍ଡା। ଖବର ପାଇ ରାଜ୍ୟ ସରକାରଙ୍କ ମାନ୍ୟବର ଶ୍ରମ ଓ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଅକ୍ଟୋବର ୬ ତାରିଖ ଦିନ ଘଟଣା ସ୍ଥଳକୁ ଯାଇ ଅଗ୍ନିକାଣ୍ଡରେ କ୍ଷତି ଗ୍ରସ୍ତ ତିନି ଜଣ ବ୍ୟବସାୟୀ ଙ୍କୁ ଭେଟି ଦୁଃଖ ପ୍ରକାଶ କରିବା ସହ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ସହ ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଓ କାଉନସିଲର ବୃନ୍ଦ, ନଗର ବିଜେଡ଼ି ସଭାପତି କେ.ତ୍ରିଲୋଚନ ଦୋରା, ଯୁବ ବିଜେଡି ଜିଲ୍ଲା ଉପସଭାପତି ତଥା ବିଧାୟକ ପ୍ରତିନିଧି ଏ.ଚନ୍ଦନ ଚର୍ଚ୍ଚିତ ପାତ୍ର, ସାଂସଦ ପ୍ରତିନିଧି ଇଂ ବସନ୍ତ କୁମାର ଦଳେଇ,ଛାତ୍ର ବିଜେଡି ଜିଲ୍ଲା ଉପସଭାପତି ହର ପ୍ରସାଦ ମହାପାତ୍ର, ସାମ୍ବାଦିକ ବିଶ୍ୱମୋହନ ମିଶ୍ର ଓ ମନୋରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ