ଅଗ୍ନିକାଣ୍ଡରେ ଗୁହାଳ ଏବଂ ତିନି ନଡ଼ିଆ ଗଛ ଧ୍ଵଂସ
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଆଜି ସନ୍ଧ୍ୟା ସମୟରେ ଏକ ଆକସ୍ମିକ ଅଗ୍ନିକାଣ୍ଡ ଘଟଣାରେ ଗୋଟିଏ ଗୁହାଳ ସମେତ ତିନୋଟି ନଡ଼ିଆ ଗଛ ପୋଡ଼ି ଧ୍ଵଂସ ହୋଇଯାଇ ଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଆଜି ସନ୍ଧ୍ୟା ସାତଟା ସମୟରେ ଗାଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ନୂଆଁ ବୋରୀ ଗ୍ରାମର ସୀମାଞ୍ଚଳ ବିଷୋୟୀଙ୍କ ଜ୍ୱାଇଁ ପ୍ରମୋଦ ସ୍ଵାଇଁଙ୍କ ଗୁହାଳରେ କୌଣସି କାରଣରୁ ନିଆଁ ଲାଗି ଗୁହାଳଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି I ଏହା ସହ ଗୁହାଳରେ ଥିବା ବହୁ ଶୁଖିଲା ଗୋଖାଦ୍ୟ ପୋଡ଼ି ମଧ୍ୟ ନଷ୍ଟ ହୋଇଯାଇ ଥିବା ସୂଚନା ମିଳିଛି I ଅଗ୍ନିକାଣ୍ଡ ସମୟରେ ଗୁହାଳରେ ଥିବା ଗାଈଗୁଡିକୁ ଗ୍ରାମବାସୀ ଊପସ୍ଥିତ ବୁଦ୍ଧି ଖଟାଇ ଫିଟାଇ ଉଦ୍ଧାର କରିଦେଇଥିବା ଯୋଗୁଁ ଗାଈ ଗୁଡ଼ିକ ନିଶ୍ଚିତ ମୃତାହତ ହେବାରୁ ବର୍ତ୍ତି ଯାଇଛନ୍ତି I ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଏହାର ପ୍ରଭାବରେ ପାଖରେ ଥିବା ତିନୋଟି ନଡ଼ିଆ ଗଛ ମଧ୍ୟ ପଡ଼ିଯାଇଛି I ଘଟଣା ସମ୍ପର୍କରେ ଖବର ପାଇ ଭଞ୍ଜନଗର ଅଗ୍ନିଶମ ବିଭାଗର ଦୁଇଟି ଦମକଳ ଆସି ନିଆଁକୁ ଆୟତ୍ତ କରିଥିବା ଜଣା ପଡିଛି I