ଅଗ୍ନିକାଣ୍ଡରେ ଜଳିଗଲା ଆଠ ବଖରା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ ନିକଟ ମହେଶପୁର ଗ୍ରାମରେ ରବିବାର ଦିନପ୍ରାୟ ସାଢେ ବାରଟା ସମୟରେ ଅଗ୍ନିକାଣ୍ଡ ଘଟି ଚାରିଜଣଙ୍କର ଆଠ ବଖରା ନଷ୍ଟ ହୋଇଯାଇଥିବା ଜଣାଯାଇଛି । ବିଦ୍ୟୁତ ସର୍ଟସର୍କିଟିଂ ଯୋଗୁ ନିଆଁ ଲାଗି ପ୍ରଥମେ ପ୍ରଫୁଲ୍ଲ ଧଳଙ୍କ ଘର ପୋଡିଥିବାବେଳେ ପରେ ଏହା ଅନ୍ୟ ବାସଗୃହକୁ ବ୍ୟାପୀ ଯାଇଥିଲା । ଏଥିରେ କୈଳାସ ଧଳ, ଭାଗିରଥି ଧଳ, ଅର୍ଜୁନ ଧଳଙ୍କର ଦୁଇ ବଖରା ଲେଖାଏଁ ପୋଡିଯାଇଥିବା ଜଣାଯାଇଛି । ଗ୍ରାମବାସୀମାନେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ତାହା ସମ୍ଭବ ହୋଇପାରିନଥିଲା । ଖବର ପାଇ ଭଣ୍ଡାରିପୋଖରୀ ଦମକଳ ବାହିନୀ ଗ୍ରାମରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏଥିରେ ଘରର ଆସବାବପତ୍ର ସହିତ ଧାନଚାଉଳ ପୋଡି ନଷ୍ଟ ହୋଇଯାଇଥିବା ଜଣାଯାଇଛି । ଛୁଟିଦିନ ଥିବାରୁ ସରକାରୀ ଭାବେ କୌଣସି କ୍ଷୟକ୍ଷତି ଆକଳନ କରାଯାଇନାହିଁ ।