ଅଗ୍ନିକାଣ୍ଡରେ ଜଳିଗଲା ଧାନ ଗଦା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଵନ୍ଦାଳୋ ମଢ଼ିଆଳି ପଂଚାୟତ ଖପୁରିଆପଦା ଗ୍ରାମରେ ବୁଧବାର ରାତିପ୍ରାୟ ୧୧ଟା ସମୟରେ ଅଗ୍ନିକାଣ୍ଡ ଘଟି ଧାନ ଗଦା ଜଳିଯାଇଥିବା ସୂଚନା ମିଳିଛି । ଗ୍ରାମର ଶୁକଦେଵ ପଣ୍ଡା ଙ୍କଧାନ ଖଳାରେ ଧାନ କଲେଇ ଗଦା ହୋଇଥିଲା । ଏଥିରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିବାରୁ ୨ରୁ୩ କାହାଣ ଧାନ କଳେଇ ଜଳିଯାଇଥିଲା । ଗ୍ରାମବାସୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି ।


