ଅଗ୍ନିକାଣ୍ଡରେ ଜଳିଗଲା ଧାନଗଦା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ବୟାଁବନାପୁର ପଞ୍ଚାୟତ ତାଳପଦା ଗ୍ରାମରେ ଗତ ବୁଧବାର ବିଳମ୍ବିତ ରାତ୍ରୀରେ ଅଗ୍ନିକାଣ୍ଡ ଘଟିବାରୁ ଜଣେ ଚାଷୀଙ୍କର ଧାନଗଦା ଜଳିଯାଇଥିବା ଜଣାଯାଇଛି । ଗ୍ରାମର ଚାଷୀ ଶରତ ଦାସଙ୍କ ଧାନଖଳାରେ କୌଣସି କାରଣରୁ ନିଆଁ ଲାଗିଯାଇଥିବାବେଳେ ସେଥିରେ ଆଠ କାହାଣରୁ ଅଧିକ କଳେଇ ଧାନ ପୋଡିଯାଇଛି । ଏହା ସହିତ ଅମଳ ହୋଇଥିବା ୩୦ବସ୍ତା ଶସ୍ୟ ମଧ୍ୟ ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ସଠିକ ଜଣାପଡିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ