ଅଗ୍ନିକାଣ୍ଡରେ ଜଳିଗଲା ନଡା ଗଦା;ଅଗ୍ନିଶମ ଗାଡି ପହଂଚିବାରେ ବିଳମ୍ବ ହେତୁ ଜନ ଅସନ୍ତୋଷ
ନାଉଗାଁ,(ଓ୍ବାଇଏନ୍ଏସ୍): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ନୂଆଗାଁ ପଂଚାୟତ ଚମ୍ପେଶ୍ୱର ଗ୍ରାମର ରମେଶ ରାୟଙ୍କ ନଡା ଗଦାରେ ଗୁରୁବାର ମଧ୍ୟାହ୍ନରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା । ନଡା ଗଦାଟିରେ ଆନୁମାନିକ ୩୦ହଜାରରୁ ଉର୍ଦ୍ଧ ନଡା ଗଚ୍ଛିତ ଥିଲା । ଗଦାରେ ନିଆଁ ଲାଗିବାରୁ ଗଦାଟି ଜଳିବାକୁ ଲାଗିଥିଲା । ଏହି ସମୟରେ ରମେଶ ନାଉଗାଁସ୍ଥିତ ଅଗ୍ନିଶମ କେନ୍ଦ୍ରକୁ ନିଆଁ ଲିଭାଇବା ପାଇଁ ଫୋନ କରିଥିଲେ । କିନ୍ତୁ କେନ୍ଦ୍ରର ଫୋନ କୌଣସି ମତେ ଲାଗି ନଥିବା ରମେଶ ପ୍ରକାଶ କରିଛନ୍ତି । ଦୀର୍ଘ ପ୍ରାୟ ୧ ଘଂଟା ପରେ ଅଗ୍ନିଶମ କେନ୍ଦ୍ରର ଜୈନିକ କର୍ମଚାରୀର ବ୍ୟକ୍ତିଗତ ଫୋନକୁ ଯୋଗାଯୋଗ କରାଯିବାରୁ ସେ ଉଠାଇଥିଲେ । ତାଙ୍କୁ ସୂଚନା ଦିଆଯିବାରୁ ବିଳମ୍ବରେ ଦମକଳ ଗାଡି ଆସି ଘଟଣାସ୍ଥଳରେ ପହଁଚିଥିଲା । ହେଲେ ବିନା ଟ୍ୟାଙ୍କରରେ ଆସିଥିବା ହେତୁ ହଠାତ ନିଆଁକୁ ଆୟତ କରାଯାଇପାରି ନଥିଲା । ଗ୍ରାମରେ ପହଂଚି ୩ ଶହ ମିଟର ଦୁରରୁ ପାଣି ଉଠାଇବାର ବ୍ୟବସ୍ଥା କରାଯାଇଥିଲା । ପାଣି ପକାଇବା ବେଳକୁ ନଡା ଗଦା ସଂପୂର୍ଣ୍ଣ ଜଳି ଯାଇଥିଲା । ଯାହାଫଳରେ ସେଠାରେ ଜନ ଅସନ୍ତୋଷ ଦେଖା ଦେବା ସହିତ ଉତେଜନା ପ୍ରକାଶ ପାଇଥିଲା । ଏବିଷୟରେ ଅଗ୍ନିଶମ କେନ୍ଦ୍ରର ଇନଚାର୍ଜ ମୋହନ ଦଳାଇଙ୍କୁ ପଚାରିବାରୁ ଫୋନ ପାଇବା ପରେ ସଙ୍ଗେ ସଙ୍ଗେ କେନ୍ଦ୍ର ପକ୍ଷରୁ ଗାଡି ଯାଇଥିବା ପ୍ରକାଶ କରିଥିଲେ ।