ଅଗ୍ନିକାଣ୍ଡରେ ଜଳିଗଲା ୮ ଦୋକାନ

ଉଦଳା,(ରାଜୀବ ବେହେରା): ଭୋର ସମୟରେ ହଠାତ ଭୟଙ୍କର ଅଗ୍ନିକାଣ୍ଡ, ବ୍ୟlପକ ସମ୍ପତ୍ତି ଜଳି ପୋଡି ନଷ୍ଟ ହୋଇଛି l ମୟୂରଭଞ୍ଜ ଜିଲ୍ଲା ଖୁଣ୍ଡା ବ୍ଲକ ର ଭୋଳାଗଡ଼ିଆ ରେ ଏଭଳି ଭୟlବହ ଅଗ୍ନିକାଣ୍ଡ ହୋଇଛି l ନିଆଁର ପ୍ରଖର ବେଶୀ ଥିବାରୁ ଜଳି ପୋଡ଼ି ପାଉଁଶ ହେଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ।
ସୂଚନା ଅନୁସାରେ ଭୋଳାଗଡିଆ ଗ୍ରାମର ଦୈନିକ ହାଟ ନିକଟରେ ଥିବା ଚିତ୍ତରଞ୍ଜନ ସାହୁଙ୍କ ଦୋକାନ ଗୃହ ଭିତରୁ ରବିବାର ଭୋର ସମୟରେ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖୁବାକୁ ପାଇଥିଲେ। ତେବେ ଗୋଟିଏ ଦେlକାନରୁ ଅନ୍ୟ ଦୋକାନକୁ ନିଆଁ ହଠାତ୍ ଜଳିବାକୁ ଲାଗିଲା କେହି କିଛି ବୁଝିବା ପୂର୍ବରୁ ତେବେ ଚିତ୍ତରଞ୍ଜନଙ୍କ ହାର୍ଡ଼ ୱାର ଓ ଗ୍ରସରୀ ଦୋକାନ କୁ ଲାଗି ରହିଥ‌ିବା ଅନ୍ୟ ଦୋକାନ ତ୍ରିଲୋଚନ ସାହୁଙ୍କ ଗ୍ରୋସେରୀ ଦୋକାନ, ପୂଜା
ସାମଗ୍ରୀ ଦୋକାନ, ଇଲେକ୍ଟ୍ରୋନିକ ଦୋକାନ, ଶିବ ଚରଣ ବେହେରାଙ୍କ ଗ୍ଲୋସରୀ ଦୋକାନ, ବିରାମ ଟୁଡ଼ୁଙ୍କ ସାଇକେଲ ଦୋକାନ
ଓ ଲାଲ ବାହାଦୁର ସୋରେନଙ୍କ ଲୁଗା ଦୋକାନରେ ନିଆଁ ଲାଗି ଜଳି ପେlଡ଼ି ଭସ୍ମ ହୋଇଯାଇଛି। ଘଟଣା ସ୍ଥଳରେ ଖୁଣ୍ଟା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଧା ସବୁ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ତେବେ ବ୍ୟବସାୟୀଙ୍କ ୮ ଗୋଟି ଦୋକାନ ଗୃହ ଜଳି ଯାଇ ପାଖାପାଖୂ ୨୦ ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବା ବେଳେ ଏହି ଅଗ୍ନିକାଣ୍ଡ ବିଦ୍ୟୁତ ସଟ୍‌ସର୍କିଟ ଫଳରେ ଲାଗିଥିବା ଅନୁମାନ କରାଯାଇଛି। ତେବେ ଅଗ୍ନିକାଣ୍ଡ କ୍ଷୟ କ୍ଷତି ବ୍ୟବସାୟୀ ମାନଙ୍କୁ ପ୍ରଶାସନ ଏବଂ ସରକାରୀ ସହାୟତା ପାଇଁ ଗ୍ରାମବାସି ଏବଂ ବ୍ୟବସାୟୀ ମାନେ ଗୁହାରୀ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ