ଅଗ୍ନିକାଣ୍ଡରେ ତିନିବଖରା ଘର ଜଳିଗଲା
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ଅଁରା ପଞ୍ଚାୟତର ବେଲବନ୍ଧ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଟୁନା ମୁଣ୍ଡାଙ୍କ ୩ବଖରା ଘର ଜଳିଯାଇଛି । ଖବରରୁ ଜଣାଯାଇଛି ଗତକାଲି ଟୁନା ମୁଣ୍ଡାଙ୍କ ପରିବାର ଲୋକେମାନେ ଘରେ ଖାଇପିଇ ଶୋଇଥିବାବେଳେ ଅକସ୍ମାତ ତାଙ୍କ ଘରେ ନିଆଁ ଲାଗି ଯାିଥିଲା । ନିଆଁର ପ୍ରକୋପରେ ପରିବାର ଲୋକମାନେ ଉଠିପଡି ନିଜ ଜୀବନ ବଞ୍ଚାଇବାକୁ ଘରୁ ବାହାରକୁ ପଳାଇ ଆସିଥିଲେ । ଫଳରେ ତାଙ୍କର କୌଣସି ଗୋଟିଏବି ଗୃହୋପକରଣ ସାମଗ୍ରୀ ଉଦ୍ଧାର କରିପାରି ନଥିଲେ । ଖବରପାଇ ହାଟଡିହିରୁ ଦମକଳ ପହଞ୍ଚି ନିଆଁକୁ ଆୟତ କରିଥିଲା । ଏଥିରେ ତାଙ୍କର ୬୦ହଜାରରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ପୋଡି ଭଷ୍ମୀଭୂତ ହୋଇଯାଇଥିବା ଆନୁମାନ କରାଯାଉଛି ।