ଅଗ୍ନିକାଣ୍ଡରେ ଦୁଇ ବଖରା ଘର ପୋଡ଼ି ପାଉଁଶ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଳକ ଅନ୍ତର୍ଗତ କଳମ୍ବ ଗ୍ରାମର ସ୍ବପ୍ନେଶ୍ୱର ମନ୍ଦିର ନିକଟରେ ଥିବା କୁନ୍ତଳା ସାହୁଙ୍କ ଦୁଇ ବଖରା ଚାଳ ଛପର ଘର ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି। ଏପ୍ରିଲ ୧୬ ତାରିଖ ଦିନ ୭୨ ବର୍ଷ ବୟସ୍କା ଶ୍ରୀମତୀ ସାହୁ କାଠ ଚୁଲିରେ ରୋଷେଇ କରୁଥିବା ସମୟରେ ପାଣି ଆଣିବା ପାଇଁ ନିକଟସ୍ଥ ମନ୍ଦିର ନିକଟ କୂଅକୁ ପାଣି ଆଣିବା ପାଇଁ ଯାଇଥିଲେ। କାଠ ଚୁଲିରୁ ନିଆଁ ଉଠି ପ୍ରଥମେ ରୋଷେଇ ଘର ଚାଳରେ ନିଆଁ ଲାଗିବା ସହ ମୁଖ୍ୟ ଘରକୁ ମଧ୍ୟ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିଯାଇଥିବା ଦେଖି ଗ୍ରାମର ଲୋକମାନେ ପୋଲସରା ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଦୁଇ ବଖରା ପୋଡ଼ି ପାଉଁଶ ହୋଇଯାଇଥିଲା। ଏଥି ସହିତ ଦୁଇ ବଖରାରେ ଥିବା ସୁଖିଲା ଖାଦ୍ୟ, ଆସବାବପତ୍ର ଓ ଆବଶ୍ୟକ କାଗଜପତ୍ର ଓ ଲୁଗାପଟା ପୋଡ଼ି ଯାଇଥିଲା।ଖବର ପାଇଁ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସୁଶିତ ସାହୁ ଓ ସମିତିସଭ୍ଯ ପ୍ରସାଦ ସାହୁ ପହଞ୍ଚି ବ୍ୟକ୍ତିଗତ ସହାୟତା କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ