ଅଗ୍ନିକାଣ୍ଡରେ ଦୁଇ ବଖରା ନଷ୍ଟ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତ ଜଳହରି ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଛପର ଘର ନଷ୍ଟ ହୋଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ ସୋମବାର ଦିନ ପ୍ରାୟ୧୨ଟା ବେଳେ ଗ୍ରାମର ଶିବ ପ୍ରସାଦ ବାରିକଙ୍କ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଖବର ପାଇ ଯାଜପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଏଥିରେ ଘରର ଆସବାବପତ୍ର ପୋଡି ଯାଇଥିବା ଜଣାପଡିଛି। ଗୃହସ୍ଥ ଜଣକ ନାପିତ ବେଉଷା କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଅଗ୍ନିକାଣ୍ଡରେ ବାସଗୃହ ପୋଡି ଯାଇଥିବାରୁ ତାଙ୍କୁ ସରକାରୀ ବାସଗୃହ ଯୋଗାଇବାକୁ ଦାବି ହୋଇଛି।


