ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଗଛ ଜଳିଗଲା
ବନ୍ତ (ଚାନ୍ଦିନୀ ମହାନ୍ତି) : ସୋମବାର ଦିନ ପ୍ରାୟ ୧ଟା ବେଳେ ଭଦ୍ରକ ଜିଲା ବନ୍ତ ତହସିଲ ଗୋପିନାଥପୁର ପଞ୍ଚାୟତ କାଣ୍ଡବା ଗ୍ରାମ ସନ୍ନିକଟସ୍ଥ ସାଳନ୍ଦି ନଦୀ ତଟରେ ଥିବା ୨ ଏକର ପରିମିତ ଜମିର ଆମ୍ବ, ପଣସ ଓ ବାଉଁଶ ଆଦି ବିଭିନ୍ନ ଗଛ ସଂପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାଯାଇଛି । ଖବର ପାଇ ଆଗରପଡା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡର କୌଣସି ସଠିକ୍ କାରଣ ଜଣା ପଡିନାହିଁ ।


