ଅଗ୍ନିକାଣ୍ଡରେ ସଂପତି ପୋଡି ପାଉଁଶ ,୨ ଗୋରୁ ଜୀବନ୍ତ ଦଗ୍ଧ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): ହାଟଡିହି ବ୍ଲକ ହାବଳେଶ୍ୱର ପଂଚାୟତର ଜାବିନିପୁର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନିରୁଦ୍ଧ ନାୟକ ଓ ଅବିନାଶ ୪ବଖରା ଘର ସମେତ ୩ ଟ୍ରିପ ଧାନ ଓ ୨ ଗୋରୁ ଜିବନ୍ତ ଦଗ୍ଧ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ମଶାଙ୍କ ପାଇଁ ଧୁଆଁ ଦିଆଯାଇଥିବା ବେଳେ ଅକସ୍ମାତ ରାତ୍ର ପ୍ରାୟ ୧ ଘଣ୍ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା ସଂଗେ ସଂଗେ ୪ଟି ଗୋରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥଲା । ଖବରପାଇ ବୈତରଣୀରୋଡରୁ ଦମକଳ ପହଞ୍ଚି ନିଆଁକୁ ଆୟତ କରିଥିଲା । ଏହି ଅଗ୍ନିକାଣ୍ଡରେ ଉଭୟ ପରିବାରର ୩ଲକ୍ଷରୁ ଉର୍ଦ୍ଧ ଟଙ୍କା ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଇଛି ।