ଅଗ୍ନିକାଣ୍ଡରେ ୬ ବଖରା ସମେତ ଗୁହାଳ ଘର ଭସ୍ମୀଭୂତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ତହସିଲ ସେଣ୍ଢତୀରା ପଞ୍ଚାୟତ ଶିଆଳିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୬ ବଖରା ଗୃହ ସମେତ ଗୁହାଳ ଘର ଭସ୍ମୀଭୂତ ହୋଇଥିବା ଜଣାଯାଇଛି । ଏଥିରେ ବଳରାମ ମଲ୍ଲିକ, ଭାଗିରଥି ମଲ୍ଲିକ, ସରୋଜ କୁମାର ମଲ୍ଲିକଙ୍କର ମୋଟ ୬ ବଖରା ଗୃହ ଜଳି ନଷ୍ଟ ହୋଇଯାଇଛି । ସୁବୋଧ କୁମାର ଭୂୟାଁଙ୍କର ଏକ ଗୁହାଳ ଘର ମଧ୍ୟ ଜଳି ଯାଇଛି । କୌଣସି ଗୋରୁଗାଈଙ୍କର କ୍ଷତି ହୋଇନଥିବା ଜଣାଯାଇଛି । ସେହିପରି ପାଶ୍ୱର୍ରେ ଥିବା ନୃସିଂହ ଚରଣ ଜେନା, ପର୍ଶୁରାମ ଜେନା, ମଧୁସୂଦନ ଜେନା, ବେଣୁଧର ଜେନା, ରାକେଶ କୁମାର ଜେନାଙ୍କର ଘର ନିଆଁ ଧାପରେ ଆଂଶିକ କ୍ଷତି ହୋଇଛି । ଆନୁମାନିକ ୯୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର କ୍ଷତି ହୋଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି । ଖବର ପାଇ ଆଗରପଡା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା । ବିଦ୍ୟୁତ୍ ସଟ୍ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ