ଅଗ୍ନିକାଣ୍ଡରେ ୯ ବଖରା ଚାଳଘର ଭଷ୍ମ ଞ୍ଚଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ) : ନାଉଗାଁ ତହସିଲ ଅଧିନ ନୂଆଗାଁ ପଂଚାୟତସ୍ଥିତ ଗୋପାଳପୁର ଭାସିଆକୁଦ ଗ୍ରାମରେ ଅଗ୍ନିକାଣ୍ଡ ଘଟି ୯ ବଖରା ଚାଳଘର ସମ୍ପୁର୍ଣ୍ଣ ଭଷ୍ମ ହୋଇଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ଧନ ସମ୍ପତି ପୋଡି ପାଉଁଶ ହୋଇଯାଇଥିବା ଜଣାଯାଇଛି । ସୁଚନା ଅନୁସାରେ ଶୁକ୍ରବାର ମଧ୍ୟାହ୍ନ ସମୟରେ ଉକ୍ତ ଗ୍ରାମର ବଟକୃଷ୍ଣ ଜେନାଙ୍କ ଘରେ ହଠାତ ନିଆଁ ଲାଗିଯାଇଥିଲା । ନିଆଁ ଲାଗିଥିବା ଗ୍ରାମବାସୀମାନେ ଦେଖି ନିଆଁକୁ ଆୟତ କରିବାକୁ ଚେଷ୍ଟା କରଥିଲେ ମଧ୍ୟ ଆୟତ କରିପାରିନଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ପକ୍ଷରୁ ଦୁଇଟି ଦମକଳ ଗାଡି ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରାଯାଇଥିଲା । କିନ୍ତୁ ସେତେବେଳକୁ ୯ ବଖରା ଘର ସହିତ ଘରର ସମସ୍ତ ଆସବାବପତ୍ର, ଧାନ, ମୁଗ, ବିରି ସହ ଲକ୍ଷାଧିକ ଟଙ୍କାର ସମ୍ପତି ସମ୍ପୁର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା । ନିଆଁଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ଶ୍ରୀ ଜେନାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ସରପଂଚଙ୍କ ସମେତ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ