ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ଘୋଡାଂଶ ପଂଚାୟତ ହରିନବେଇ ଗ୍ରାମର ଦୁର୍ଗାରାଣୀ ସାହୁଙ୍କ ଘରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଆସବାବପତ୍ର ସହ ସମସ୍ତ ଧାନ ଚାଉଳ ପୋଡି ନଷ୍ଟ ହୋଇଥିବା ଜଣାଯାଇଛି । ଦୁର୍ଗାରାଣୀଙ୍କ କହିବା ମୁତାବକ ସେ ରାତିରେ ଶୋଇଥିବା ସମୟରେ ରୋଷେଇ ଘରୁ କିପରି ନିଆଁ ଲାଗିଛି ସେ ଜାଣି ନାହାନ୍ତି । ପାଖ ପଡିଶା ଲୋକ ଘରେ ନିଆଁ ଲାଗିଥିବା ଦେଖି ଡାକ ପକାଇଥିଲେ । ନାଉଗାଁ ଅଗ୍ନିଶମ କେନ୍ଦ୍ରରୁ ଦମକଳ ଗାଡି ଆସି ନିଆଁକୁ ଆୟତ କରିଥିଲା । ନିଆଁ ଲିଭିବା ବେଳକୁ ଘରର ସମସ୍ତ ପଦାର୍ଥ ପୋଡି ନଷ୍ଟ ହୋଇ ଯାଇଥିଲା । ଘଟଣାସ୍ଥଳରେ ଯୁବ ସମାଜସେବୀ ତରୁଣକାନ୍ତ ବାରିକ ପହଂଚି ପଂଚାୟତ ତରଫରୁ ଚାଉଳ ଯୋଗାଇ ଦେଇଥିବା ବେଳେ ଅଗ୍ନି ବିପନ୍ନଙ୍କୁ ପ୍ରଶସାନ ପକ୍ଷରୁ ସାହାର୍ଯ୍ୟ ଯୋଗାଇ ଦେବାକୁ ଦାବି କରିଛନ୍ତି । ଜାମୁଗାଁ ରାଜସ୍ୱ ନିରୀକ୍ଷକ ପ୍ରଭାସ ସ୍ୱାଇଁ ସୂଚନା ପାଇଁ ଘଟଣାସ୍ଥଳରେ ପହଁଛି କ୍ଷୟକ୍ଷତି ଆକଳନ କରିବା ସହିତ ବିପନ୍ନ ପରିବାରକୁ ପଲଥିନି ଯୋଗାଇ ଦିଆଯାଇଥିବା ଜଣାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ