ଅଗ୍ନିକାଣ୍ଡ ଯୋଗୁ ଜଳିଗଲା ପାଳଗଦା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ଼ ପଞ୍ଚାୟତ କୁସୁମା ଗ୍ରାମରେ ଗତ ବୁଧବାର ଅପରାହ୍ନରେ ଅଗ୍ନିକାଣ୍ଡ ଯୋଗୁ ତିନିଗୋଟି ପାଳଗଦା ଜଳିଯାଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ ଗ୍ରାମର ଚାଷୀ ବାଇଧର ଦାସ ଧାନ ଅମଳ କରିସାରିବା ପରେ ଛଣ ଗୁଡିକୁ ବାଡ଼ିରେ ଗଦା ଦେଇଥିଲେ। କୌଣସି କାରଣରୁ ଦିନପ୍ରାୟ ୨ଟା ବେଳେ ସେଥିରେ ନିଆଁ ଲାଗିଯାଇଥିଲା। ଏନେଇ ସଂଗେ ସଂଗେ ନିକଟ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ଦମକଳ ବାହିନୀ ଗ୍ରାମରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି।


