ଅଗ୍ନିକାଣ୍ଡ ରେ ତିନି ଦୋକାନ ଜଳିଗଲା

ଭୁବନେଶ୍ୱର,  (ଯୁଗାବ୍ଦ ନ୍ୟୁଜ) : ଗୁରୁବାର ରାଇକିଆ ମୂଖ୍ୟ ବଜାର ଠାରେ ଥିବା ତିନୋଟି ଦୋକାନ ରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କା ର ସାମଗ୍ରୀ ପୋଡି ନଷ୍ଟ ହୋଇଛି । କେଉଁ କାରଣ ରୁ ନିଆଁ ଲାଗିଲା ସ୍ପଷ୍ଟ ହୋଇ ନଥିବା ବେଳେ ଦିନ ବାରଟା ବେଳେ ହଠାତ୍ ନିଆଁ ଲାଗି ଦିଲୀପ ମହାନ୍ତି ଙ୍କ ଦୁଇଟି ଦୋକାନ ଏବଂ ସନ୍ଦୀପ ପାତ୍ର ଙ୍କ ଗୋଟିଏ ଦୋକାନ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ନିଆଁ ଲିଭାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ମଧ୍ୟ ପାଣି ସମସ୍ୟା ଯୋଗୁଁ ଲିଭାଇବା ରେ ବିଳମ୍ବ ଘଟିଥିଲା । ସ୍ଥାନୀୟ ଯୁବକ ମାନେ ମଧ୍ୟ ନିଆଁ ଲିଭାଇବାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ