ଅଗ୍ନିପଥ ଯୋଜନାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ତହସିଲ ସମ୍ମୁଖରେ ଧାରଣା 

ହାଟଡିହି, (ବିକାଶ ବିଶ୍ୱାଳ) :-ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି କଂଗ୍ରେସ ପକ୍ଷରୁ ହାଟଡିହି ତହସିଲ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା କରାଯାଇଛି । ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ପୁର୍ବତନ ପିସିସି ସଭାପତି ଜୟଦେବ ଜେନା ଯୋଗଦେଇ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ତୀବ୍ର ବିରୋଧ କରିବା ସହିତ ମୋଦୀ ସରକାର ବର୍ତ୍ତମାନର ଯୁବ ପିଢ଼ୀଙ୍କ ଭବିଷ୍ୟତ ସହିତ ଖେଳ ଖେଳୁଛି ବୋଲି ମତବ୍ୟକ୍ତ କରିଥିଲେ । ସରକାର ତୁରନ୍ତ ଏହି ନିଷ୍ପତିକୁ କାର୍ଯ୍ୟକାରୀ ନକରି ଫେରାଇ ନିଅନ୍ତୁ ନଚେତ ପରିଣାମ ଭୟାବହ ହେବ ବୋଲି  ସେ ଚେତାବନୀ ଦେଇଥିଲେ । ଏଥିରେ ନିକୁଞ୍ଜ ବିହାରୀ ମିଶ୍ର, ଚଣ୍ଡି ପ୍ରସନ୍ନ ପାଣିଗ୍ରାହୀ, ହାଡିବନ୍ଧୁ ଖୁଣ୍ଟିଆ, ସୁରଥ ମହାକୁଡ, ମୁରଲୀ ବେହେରା, ହରିଶ୍ଚନ୍ଦ୍ର ଜେନା, ରବିନ୍ଦ୍ର ମହାପାତ୍ର, ସୁରେଶ ଜେନା, ଘନଶ୍ୟାମ ପହି, ନୃଷିହଂ ଚରଣ ସେଠୀ, ମାନସ ଜେନା, ମାନସ ନାୟକ, ରମାକାନ୍ତ ଜେନା, ଅନିରୁଦ୍ଧ ସା, ମନୋରଞ୍ଜନ ଦେଓଙ୍କ ସମେତ ଅନେକ କଂଗ୍ରେସ କର୍ମୀ ବକ୍ତବ୍ୟ ମାଧ୍ୟମରେ ମୋଦୀ ସରକାରଙ୍କ ଏହି ଯୋଜନାକୁ ବିରୋଧ କରିଥିଲେ ।  ଏଥିରେ ବିଭିନ୍ନ ପଞ୍ଚାୟତରୁ ଶତାଧିକ କଂଗ୍ରେସ କର୍ମୀମାନେ ଯୋଗଦେଇ ଧାରଣାରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ