ଅଗ୍ନିପଥ ଯୋଜନା ପ୍ରତ୍ୟାହାର ଦାବି ରେ କଂଗ୍ରେସ ପକ୍ଷରୁ ସତ୍ୟାଗ୍ରହ
ନିମାପଡ଼ା, (ସନ୍ତୋଷ ଦାଶ) :-ଅଗ୍ନିପଥ ଯୋଜନା ଏକ ରାଷ୍ଟ୍ର ବିରୋଧୀ ଯୋଜନା ବୋଲି ଅଭିଯୋଗ କରି ଏହା ର ପ୍ରତ୍ୟାହାର ଦାବିରେ ଆଜି କଂଗ୍ରେସ ଦଳ ପକ୍ଷ ରୁ ନିମାପଡ଼ା ବ୍ଲକ ଠାରେ ସତ୍ୟାଗ୍ରହ ଆନ୍ଦୋଳନ କରାଯାଇଥିଲା । ବ୍ଲକ କଂଗ୍ରେସ ସଭାପତି ବିଜୟ ପ୍ରଧାନ ଙ୍କ ନେତୃତ୍ୱରେ ପ୍ରାୟ ଶତାଧିକ କର୍ମୀ ଏହି ସତ୍ୟାଗ୍ରହରେ ସାମିଲ ହୋଇଥିଲେ । ଅଗ୍ନିପଥ ଯୋଜନା ଦେଶର ଯୁବବର୍ଗ ଙ୍କ ଭବିଷ୍ୟତ ପ୍ରତି ଧୋକା ଏବଂ ବିଶ୍ୱାସଘାତ ସଦୃଶ୍ୟ । ସେନା ବାହିନୀରେ ନିଯୁକ୍ତି ଅପେକ୍ଷାରେ ଥିବା ଏକ କୋଟିରୁ ଅଧିକ ଯୁବକ ଆଜି ମୋଦୀ ସରକାରଙ୍କ ଅଗ୍ନିପଥ ଯୋଜନା ଯୋଗୁ ପ୍ରତାରିତ ଏବଂ ହତାଶ ହୋଇଛନ୍ତି ।ପୂର୍ବରୁ ସେନା ବାହିନୀରେ ପ୍ରତ୍ୟେକ ବର୍ଷ ୮୦ ହଜାର ରୁ ଅଧିକ ସ୍ଥାୟୀ ନିଯୁକ୍ତି ଦିଆଯାଉଥିବା ବେଳେ ମୋଦୀ ସରକାରଙ୍କ ସମୟରେ ତାହା କମି କମି ୨୦୧୮ ମସିହା ସୁଦ୍ଧା ୫୦ ହଜାର କୁ ଖସିଆସିଥିଲା।କରୋନା ଯୋଗୁଁ ଗତ ଦୁଇବର୍ଷ ଧରି ସେନାରେ ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବରେ ବନ୍ଦ ଥିଲା । ଏ ବର୍ଷ ଅତି କମ ରେ ଦେଢ଼ଲକ୍ଷ ଚାକିରି ପାଇଁ ପ୍ରକ୍ରିୟା ଆରମ୍ଭ ହେବା ପରିବର୍ତ୍ତେ ମାତ୍ର ୪୬ ହଜାର ନିଯୁକ୍ତି ।ସେ ପୁଣି ଦେଶ ର ସେନାବାହିନୀରେ ଠିକାରେ ମାତ୍ର ଚାରି ବର୍ଷ କାର୍ଯ୍ୟ ପାଇଁ କାର୍ଯ୍ୟ କରିବାର ପ୍ରକ୍ରିୟାକୁ ସମସ୍ତ ଯୁବ ସମାଜ ର ବିରୋଧ କୁ କଂଗ୍ରେସ ନୈତିକ ଭାବରେ ସମର୍ଥନ କରୁଛି ବୋଲି ସଭାପତି ବିଜୟ ପ୍ରଧାନ କହିଛନ୍ତି ।ଏହି କାର୍ଯ୍ୟ କ୍ରମରେ ଅଜୟ ମିଶ୍ର, ବିଜୟ ମଲ୍ଲିକ ,ଅଜୟ ବାରିକ, ବାଉରୀବନ୍ଧୁ ସ୍ବାଇଁ , ଲୁଲୁ ସ୍ବାଇଁ, ବାବୁଲି ସେଠୀ ପ୍ରମୁଖ ଶତାଧିକ କର୍ମୀ ସାମିଲି ହୋଇଥିଲେ ।