ଅଗ୍ନିବିପନ୍ନଙ୍କୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସହାୟତା

ବନ୍ତ, (ଚାନ୍ଦିନୀ ମହାନ୍ତି) : ଶନିବାର ସନ୍ଧ୍ୟାରେ ବନ୍ତ ତହସିଲ ଅଧିନ ଟିଲୋ ତ୍ରିକୋଣା ଗ୍ରାମରେ ଅଗ୍ନିକାଣ୍ଡ ଘଟି ବାଇଧର ବେହେରା, ଖଗେଶ୍ୱର ବେହେରା, ଅରୁଣ ବେହେରା ଓ କରୁଣାକର ବେହେରାଙ୍କର ୮ ବଖରା ଗୃହ ଭସ୍ମୀଭୂତ ହୋଇଯାଇଛି । ଖବର ପାଇ ରବିବାର ସକାଳ ଠାରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ଭେଟି ସମବେଦନା ଜଣାଇବା ସହିତ ସହାୟତା ପ୍ରଦାନ କରାଯାଉଛି । ବ୍ଲକ ବିଜେଡି ପକ୍ଷରୁ ଅଗ୍ନବିପନ୍ନଙ୍କୁ ତେଜରାତି ସଉଦା ଓ ପରିବା, ଲୁଗା, ରୋଷେଇ ସାମଗ୍ରୀ, ବାସନକୁସନ, ଚାଉଳ ଆଦି ପ୍ରଦାନ କରାଯାଇଛି । ଏସବୁ ସାମଗ୍ରୀ ତେଲିସାହିର ଯୁବକ ମାନେ ପ୍ରଦାନ କରିଥିଲେ । ଏଥିସହିତ ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲଙ୍କ ତରଫରୁ ୧୨ ହଜାର ଅର୍ଥରାଶି ପ୍ରଦାନ କରାଯାଇଥିଲା । ଏହି ଅବସରରେ ତହସିଲଦାର ଅଙ୍କିତା ବାରିକ, ନାଟ୍ୟକାର ଡଃ.ସୁଧାଂଶୁ ନାୟକ, ସରପଞ୍ଚ ନିହାରିକା ରାଉତ, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ବିପିନ ନାୟକ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା, ପଞ୍ଚାୟତ ବିଜେଡି ସଭାପତି ସୁଧୀର ନାୟକ, ବ୍ଲକ ବିଜେଡି ସଂପାଦକ ସୁବାଷ ଦାସ, ଯୁବନେତା ପ୍ରବୀର ରାଉତ, ବରିଷ୍ଠ ନେତା ରବିନ୍ଦ୍ର ଦାସ, ବଳରାମ ଦାସ, ଉମେଶ ସେଠୀ, କବିପ୍ରସାଦ ଧଳ, ସଞ୍ଜୟ ଦାସ, ଶକ୍ତିଧର ରାଉତ, ଗଣନାଥ ବେହେରା, ପ୍ରଦୀପ୍ତ ଧଳ ଉପସ୍ଥିତ ଥିଲେ । ସେହିପରି ଟିଲୋ ପଞ୍ଚାୟତର ସମାଜସେବୀ ସଂଗ୍ରାମ କେଶରୀ ଜେନାଙ୍କ ନେତୃତ୍ୱରେ ଏକ ଟିମ୍ ବିପନ୍ନ ପରିବାରଙ୍କୁ ଭେଟି ଶୁଖିଲା ଖାଦ୍ୟ, ଲୁଗା ଓ ସହାୟତା ରାଶି ପ୍ରଦାନ କରିଥିଲେ । ଏଥିରେ ଇଂ.ମନ୍ମଥ କୁମାର ରାଉଳ, ରମାକାନ୍ତ ପାଣିଗ୍ରାହୀ, ଇଂ.ଲକି ମାଷ୍ଟର ସ୍ୱାଇଁ, ଅସିତ କର, ଅଭିମନ୍ୟୁ ଧଳ, ସୁଧାଂଶୁ ନାୟକ, ମାଧବାନନ୍ଦ ବିଶ୍ୱାଳ, ଗିରିଧାରୀ ଜେନା, ରତ୍ନାକର ପାତ୍ର ଉପସ୍ଥିତ ଥିଲେ । ସେହିପରି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଜେପି ନେତା ବଦ୍ରୀ ନାରାୟଣ ଧଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିପନ୍ନ ପରିବାରଙ୍କୁ ଭେଟି ପଲିଥିନ, କମ୍ବଳ, ଶୁଖିଲା ଖାଦ୍ୟ, ପନିପରିବା ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏଥିସହିତ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଦାବୀ କରିଛନ୍ତି । ଏଥିରେ ବିଜେପି ନେତା ଦେବେନ୍ଦ୍ର ଜେନା, ପୂର୍ଣ୍ଣ ଚନ୍ଦ୍ର ଜେନା, ନିରୁପମା ରାଉତ, ପଙ୍କଜିନୀ ଲେଙ୍କା, ଖଗେଶ୍ୱର ବେହେରା, ନିରୋଦ ଜେନା, ଜିତେନ ନାଥ, ରମାକାନ୍ତ ବେହେରା, କନକଲତା ନାୟକ, ଦୈତାରୀ ବିଶ୍ୱାଳଙ୍କ ସମେତ ଅନ୍ୟ ମାନେ ସାମିଲ ଥିଲେ । ସେହିପରି ଟିଲୋ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ମାନସ କୁମାର ଜେନାଙ୍କ ନେତୃତ୍ୱରେ ବିଜେପି ଟିମ୍ ଅଗ୍ନିବିପନ୍ନ ପରିବାରଙ୍କୁ ଶୁଖିଲା ଖାଦ୍ୟ, କମ୍ବଳ, ଲୁଗା, ପାଠ୍ୟ ପୁସ୍ତକ, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି । ଏହି ଟିମ୍‌ରେ ଅଚ୍ୟୁତାନନ୍ଦ ପତି, ପ୍ରଫୁଲ୍ଲ ବେହେରା, ପତଞ୍ଜଳୀ କରଶର୍ମା, ସୁକାନ୍ତ ବେହେରା, ବସନ୍ତ ବିଶ୍ୱାଳ, ଲକ୍ଷ୍ମୀ କର, ଜୟନ୍ତ ପଣ୍ଡା, ମୂରଲୀ ଓଝା, ସନ୍ତୋଷ ଗାହାଣ, ଦଲୁ ସ୍ୱାଇଁ, ବସନ୍ତ ରାଜ, କୁନା ରାଉତ, ହକି ସ୍ୱାଇଁ, ସୁଶାନ୍ତ ସାହୁ, ଲକ୍ଷ୍ମୀ ବେହେରା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ