ଅଗ୍ନିବିପନ୍ନଙ୍କୁ ସହାୟତା
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଗତ ଶୁକ୍ରବାର ବିଳମ୍ବିତ ରାତ୍ରରେ ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ତୁଣ୍ଡା ଗ୍ରାମରେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ଶୁକଦେବ ମୁଣ୍ଡାଙ୍କର ୪ ବଖରା ଘର ଜଳି ବହୁ ସଂପତ୍ତି ନଷ୍ଟ ହୋଇଥିଲା । ଏହି ଦୁଃଖଦ ଖବର ପାଇ ସ୍ୱର୍ଗତ ପ୍ରତାପ ରାଉତ ସ୍ମୃତି ପରିଷଦର ସମ୍ପାଦକ ସ୍ୱାଧିନ ରାଉତ ଓ ସଦସ୍ୟ ମାନେ ବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହିତ ସହାୟତା ପ୍ରଦାନ କରିଛନ୍ତି ।