ଅଗ୍ନିବିପନ୍ନ ପରିବାରଙ୍କୁ ସହାୟତା
ବନ୍ତ, (ଚାନ୍ଦିନୀ ମହାନ୍ତି) : ତହସିଲ ଟିଲୋ ପଞ୍ଚାୟତ ତ୍ରିକୋଣା ଗ୍ରାମର ୪ ଅଗ୍ନିବିପନ୍ନ ପରିବାରଙ୍କୁ ବିଭିନ୍ନ ମହଲରୁ ସହାୟତା ପ୍ରଦାନ କରାଯାଉଛି । ଟିଲୋ ଆଥଲେଟିକ୍ ଆସୋସିଏସନର ଉପଦେଷ୍ଟା ତଥା ଗୀତା ଇଞ୍ଜିନୟରିଂ କଲେଜର ଅଧ୍ୟକ୍ଷ ଡ.ମନ୍ମଥ ରାଉଳ, ଇଂ.ଲକି ମାଷ୍ଟର ସ୍ୱାଇଁ, ସଂଗ୍ରାମ କେଶରୀ ଜେନା, ରମାକାନ୍ତ ପାଣିଗ୍ରାହୀ, ମାଧବ ବିଶ୍ୱାଳ, ଅସିତ କର, ସୁଧାଂଶୁ ନାୟକ, ଶ୍ରୀରାମ ଦାସ, ପର୍ଶୁରାମ ସାହୁ, ଅଭିମନ୍ୟୁ ଧଳ, ସନ୍ତୋଷ ଧଳ, ସଞ୍ଜୟ ସାମଲ, ପ୍ରଶାନ୍ତ ରାଉତ, ଅର୍ଜ୍ଜୁନ ପଢିଆରୀ, ଜଡା ଲେଙ୍କା, ଧନେଶ୍ୱର ଧଳ, ବାବୁଲା ସ୍ୱାଇଁ ପ୍ରମୁଖ ବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହିତ ୧୦ ହଜାର ଟଙ୍କା ଅର୍ଥ ରାଶି ଓ ବାସନକୁଶନ, ତେଜରାତି ସାମଗ୍ରୀ, ଶୁଖିଲା ଖାଦ୍ୟ ଆଦି ପ୍ରଦାନ କରିଥିଲେ ।


