ଅଗ୍ନିଵିପନ୍ନଙ୍କୁ ମିଳୁନାହିଁ ଆର୍ଥିକ ସହାୟତା
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣ ବାଡ଼ ଗ୍ରାମର ଜଣେ ଅଗ୍ନିଵିପନ୍ନଙ୍କୁ ସରକାରୀ ସହାୟତା ମିଳୁନଥିବା ଅଭିଯୋଗ ହେଉଛି। ପ୍ରାପ୍ତ ଅଭିଯୋଗ ଅନୁଯାୟୀ ଗ୍ରାମର ରଞ୍ଜନ କୁମାର ଜେନାଙ୍କ ଚାଳ ଘରଟି ତା୮.୧୨.୨୦ରିଖ ଦିନ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଘଟଣା ସ୍ଥଳକୁ ଅଗ୍ନିଶମ ବାହିନୀ ଆସି ନିଆଁ ଲିଭାଇବା ପରେ କ୍ଷୟକ୍ଷତି ସମ୍ପର୍କରେ ଲିଖିତ ଭାବେ ତଥ୍ୟ ପ୍ରଦାନ କରିଥିଲେ । ଅଗ୍ନିକାଣ୍ଡ ସମ୍ପର୍କରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ କ୍ଷତ୍ରିୟ ତଦନ୍ତ କରିବା ପରେ ତହସିଲ ପକ୍ଷରୁ ତାଙ୍କୁ କେବଳ ପଲିଥିନ ଖଣ୍ଡିଏ ମିଳିଥିଲା । ଘଟଣାକୁ ୧ବର୍ଷ ବିତିଯାଇଥିଲେ ସୁଦ୍ଧା ଅଦ୍ୟାବଧି ବିପନ୍ନଙ୍କୁ ଏଯାଏଁ ସରକାରୀ ଆର୍ଥିକ ସହାୟତା ମିଳିନଥିବା ବେଳେ ପଲିଥିନ ତଳେ ଏବେ ଚାରିପ୍ରାଣୀ କୁଟୁମ୍ବ ଜୀବନ ଯାପନ କରୁଛନ୍ତି । ଦୈଵଦୁର୍ଘଟଣା ଯୋଗୁ ବାସଗୃହ ହରାଇଥିବା ଲୋକଙ୍କୁ ସରକାରୀ ଭାବେ ପକ୍କାଗୃହ ଯୋଗାଇବାକୁ ବ୍ୟବସ୍ଥା ଥିଲେ ସୁଦ୍ଧା ତାହା ଏଯାଏଁ ରଞ୍ଜନଙ୍କୁ ମିଳିପାରିନାହିଁ । ତେଣୁ ଏଥିପ୍ରତି ତହସିଲ ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ବିପନ୍ନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।