ଅଗ୍ନିଶମ ବାହୀନି ପକ୍ଷରୁ ପୌରାଂଚଳର ବିଭିନ୍ନ ୱାର୍ଡ଼କୁ ବିଶୋଧିତ କରାଗଲା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଦେଶବାସୀ ମହାମାରୀ କରେନା ଭୁତାଣୁ ସଂକ୍ରମଣକୁ ନେଇ ଚିନ୍ତିତ । କରୋନାକୁ ପ୍ରତିହିତ କରିବା ସକାଶେ ସରକାରଙ୍କ ପକ୍ଷରୁ ଜନ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ବହୁ କଟକଣା ଜାରୀ କରାଯାଇଛି । ତଥାପି କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟର ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା ଗଞ୍ଜାମ ଜିଲ୍ଲାରେ ରହିଥିବା ବେଳେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ଓ କରୋନାର ମୁକାବିଲା ସକାଶେ ଉଦ୍ୟମ ଜାରି ରହିଛି । ଶନିବାର ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୩୮୬୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩୯ ଜଣଙ୍କ ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ହିଞ୍ଜିଳିକାଟୁ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସ୍ଥାନୀୟ ପୌରାଂଚଳର ବିଭିନ୍ନ ୱାର୍ଡ଼ରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାର ମୁକାବିଲା ସକାଶେ ପୌର ପ୍ରଶାସନ କ୍ଷରୁ ଶନିବାର ସ୍ଥାନୀୟ ଅଗ୍ନିଶମ ବାହୀନିଙ୍କ ସହାୟତାରେ ପୌରାଂଚଳର ବିଭିନ୍ନ ୱାର୍ଡ଼କୁ ବିଶୋଧିତ କରାଯାଇଛି । ହିଞ୍ଜିଳିକାଟୁ ଅଭଗ୍ନିାମ ବାହୀନି ଭାରପ୍ରାପ୍ତ ଅଧିକାରୀ ପ୍ରମୋଦ କୁମାର ଭୁୟାଁଙ୍କ ତତ୍ୱାବଧାନରେ କର୍ମଚାରୀ ମାନେ ପୌରାଂଚଳର ରଜା ସାହି, କେଉଟ ସାହି, ଥାନାତୋଟା ସାହି, ଜଗନ୍ନାଥ ମାର୍ଗ, ରଙ୍ଗଣି ସାହି ପ୍ରମୁଖ ବିଶୋଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ