ଅଗ୍ନିଶମ ବିଭାଗ ତରଫରୁ ବେଲଗୁଣ୍ଠାର ବିଭିନ୍ନ ମନ୍ଦିର ବିଶୋଧନ
ବେଲଗୁଣ୍ଠା, ( ସନ୍ତୋଷ ବିଷୋୟୀ ): କରୋନାର ଦ୍ୱିତୀୟ ଲହରୀରେ ଦେଶରେ ଦୈନିକ ସଂକ୍ରମଣ ହାର ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଆଗୁଆ ପଦକ୍ଷେପ ମାନ ଗ୍ରହଣ କରିଛି I ଏହି ଅବସରରେ ଗତ 14 ତାରିଖରୁ ଆସନ୍ତା ସାତ ଦିନ ପାଇଁ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନକୁ ବନ୍ଦ କରିବା ସହ ଏହି ସମୟ ମଧ୍ୟରେ ଅନୁଷ୍ଠାନ ଗୁଡିକର ବିଶୋଧନ ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲଙ୍ଗେ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ଅଗ୍ନିଶମ ବିଭାଗ ତରଫରୁ ବେଲଗୁଣ୍ଠା ସହରର ବିଭିନ୍ନ ମନ୍ଦିରକୁ ବିଶୋଧନ କରାଯାଇଛି I ଆଜି ଅଗ୍ନିଶମ ବିଭାଗ କର୍ମଚାରୀ କଣ୍ଡୁରୀ ଚରଣ ବାରିକ, ଧୀରେନ୍ କୁମାର ଜେନା, ଅମୀୟ କୁମାର ବାରିକ, ଉଲ୍ଲାସ ସ୍ଵାଇଁ, ହେମନ୍ତ ମାଝୀ ଏବଂ ସାରଥୀ ସ୍ଵାଇଁ ପ୍ରମୁଖ ବେଲଗୁଣ୍ଠା ସହର ମଧ୍ୟରେ ଥିବା ଜଗନ୍ନାଥ ମନ୍ଦିର, ନୃସିଂହ ମନ୍ଦିର, ମଙ୍ଗଳା ମନ୍ଦିର ଏବଂ ଶିବ ମନ୍ଦିରର ସମ୍ପୂର୍ଣ୍ଣ ବିଶୋଧନ କରିଥିଲେ I ଆଗାମୀ ଦିନରେ ଏହି ପ୍ରକ୍ରିୟା ଜାରି ରହିବା ସହିତ ସହରର ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଗୁଡ଼ିକୁ ବିଶୋଧନ କରାଯିବ ବୋଲି ସୂଚନା ମିଳିଛି I