ଅଗ୍ନିଶମ ବିଭାଗ ଦ୍ୱାରା ଭଞ୍ଜନଗର ସହରରେ ସାନିଟାଇଜର ସିଞ୍ଚନ ପ୍ରକ୍ରିୟା ଆରମ୍ଭ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଦିନକୁ ଦିନ କରୋନା ରୋଗରେ ଆକ୍ରାନ୍ତ ଙ୍କ ସଂଖ୍ୟା ବଢିବାରେ ଲାଗିଛି।ତେଣୁ କରୋନା ଭୁତାଣୁ ସଂକ୍ରମଣ ରୋକିବାକୁ ସାରା ଦେଶରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।କିଭଳି ଏହି ରୋଗ କୁ ନିୟନ୍ତ୍ରଣ କରାଯାଇପାରିବ ସେଥିପାଇଁ ଲକ ଡାଉନ ମଧ୍ୟ ଘୋଷଣା କରାଯାଇଛି।ଏଥିସହ ବିଭିନ୍ନ ଜନ ଗହଳିପୂର୍ଣ୍ଣ ସ୍ଥାନରେ ଏହି ଭୁତାଣୁ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ଥିବାରୁ ତାହାର ପ୍ରତିରୋଧ କରିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ମେଡିକାଲ କୁ ବିଶୋଧନ କରାଯାଇଥିବା ବେଳେ ଆଜି ଅଗ୍ନିଶମ ବିଭାଗ ଦ୍ଵାରା ମଧ୍ୟାହ୍ନରେ ଭଞ୍ଜନଗର ସହରର ମୁଖ୍ୟ ରାସ୍ତା ଉପରେ ସୋଡ଼ିଅମ ବାଇ କାର୍ବୋନେଟ ସହ କ୍ଲୋରିନ ର ମିଶ୍ରଣରେ ପ୍ରସ୍ତୁତ ସାନିଟାଇଜର ସିଞ୍ଚନ କରାଯାଇଛି। ଆଗାମୀ ଦିନରେ ମଧ୍ୟ ସହରର ବିଭିନ୍ନ ସ୍ଥାନ ଓ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ, ପୋଲିସ ଥାନା, ଜେଲ, ବିଭିନ୍ନ ସପିଙ୍ଗ ମଲ ଏବଂ ସହରର ଗଳି କନ୍ଦିରେ ଥିବା ଡ୍ରେନଗୁଡିକରେ ମଧ୍ୟ ଏହି ସାନିଟାଇଜର ପକାଯିବ ବୋଲି ସୂଚନା ମିଳିଛି


