ଅଗ୍ନିଶମ ବିଭାଗ ପକ୍ଷରୁ କ୍ୱାରେଂନଟାଇନ ଗୃହ, ନାକା ପଏଂଟ ସାନିଟାଇଜ୍

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଳକ ସ୍ଥାନୀୟ ବିଭିନ୍ନ ଜାଗାରେ ଥିବା କ୍ୱାରେଂନଟାଇନ ଗୃହ ଗୁଡିକରେ ପ୍ରବାସୀ ଓଡିଆଙ୍କ କ୍ୱାରେଂନଟାଇନ ଅବଦ୍ଧୀ ସରିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ସାନଟାଇଜ୍ କରାଯାଇଛି । ଲୁହାଗୁଡି, ତଲାସିଂ ଏହି ଭଳି ଦୁଇ ତିନଟି କ୍ୱାରେଂନଟାଇନ ଗୃହରେ ସାନିଟାଇଜ କରାଯାଇଛି । ସେଭଳି ଗଜପତି ଜିଲ୍ଲା ସିମାନ୍ତର ଠାରୁ ୩ କିମି କମଳାପୁର ଠାରେ, ରାଇପଙ୍କା ସୀମା ଠାରୁ ୧୫ କିମି ଦୂରରେ, ପାଣିଗଣ୍ଡାରେ ଥିବା ନାକା ପଏଂଟରେ ସାନିଟାଇଜ କରାଯିବା ସହ ଅଡବା ଥାନାକୁ ମଧ୍ୟ ସାନିଟାଇଜ୍ କରାଯାଇଛି । ଏହି ସାନିଟାଇଜ୍ ସମୟରେ ଅଗ୍ନିଶମ ବିଭାଗର ଅଧିକାରୀ ତାରା କାନ୍ତ ମହାପାତ୍ର, କର୍ମଚାରୀ, ଲୁହାଗୁଡି ପିଇଓ ମଧୁ ପାଲାକି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ