ଅଗ୍ନିଶମ ବିଭାଗ ପକ୍ଷରୁ ପେଟ୍ରୋଲ ପମ୍ପରେ ମକ୍ ଡ୍ରିଲ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ତରାପୁର ଛକସ୍ଥିତ ବେଲେଶ୍ୱରୀ ପେଟ୍ରୋଲ ପମ୍ପରେ ଆଗରପଡା ଅଗ୍ନିଶମ ବିଭାଗ ପକ୍ଷରୁ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ନିଆଁ କିପରି ଲାଗେ, ଅଗ୍ନି ନିର୍ବାପକ ଯନ୍ତ୍ର ସହାୟତାରେ ପ୍ରାଥମିକ ଅବସ୍ଥାରେ ନିଆଁକୁ କିପରି ଆୟତ୍ତ କରିବା ଓ ପେଟ୍ରୋଲ ପମ୍ପରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ଗୁଡିକୁ ଚଳାଇବାର କୌଶଳ ଆଦି ପେଟ୍ରୋଲ ପମ୍ପ କର୍ମଚାରୀ ମାନଙ୍କୁ ଶିକ୍ଷା ଦିଆଯାଇଥିଲା । ଅଗ୍ନିଶମ ଅଧିକାରୀ ସଞ୍ଜୀବ କୁମାର ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ ମକ୍ ଡ୍ରିଲରେ ମୁଖ୍ୟ ଆଗ୍ନିକ ଭୀମସେନ ନାୟକ, ହାବିଲଦାର କୌଶିକ୍ କୁମାର ରାଉତ, ଆଗ୍ନିକ କୃପାସିନ୍ଧୁ ସାହୁ, ପ୍ରତାପ କୁମାର ସାହୁ ସାମିଲ ଥିଲେ । ମକ୍ ଡ୍ରିଲ ବେଳେ ପେଟ୍ରୋଲ ପମ୍ପର ମାଲିକ ପୁଷ୍ପଞ୍ଜଳୀ ପାତ୍ର, ଅମର କୁମାର ପାତ୍ର, ଅଜୟ କୁମାର ପାତ୍ର, ସୁରକ୍ଷା ଏଜେନ୍ସିର ତପନ କୁମାର ସାମଲ ଉପସ୍ଥିତ ଥିଲେ । ମକ୍ ଡ୍ରିଲରେ ପେଟ୍ରୋଲ ପମ୍ପ କର୍ମଚାରୀ ସରୋଜ କୁମାର ସାହୁ, ଚନ୍ଦନ କୁମାର ଜେନା, ମହେଶ୍ୱର ଦାଶ, ବସନ୍ତ କୁମାର ଜେନା, ସୁଶାନ୍ତ କୁମାର ପାତ୍ର, ଆଲୋକ ବାରିକ, ହରେକୃଷ୍ଣ ବାରିକ ଅଂଶ ଗ୍ରହଣ କରିଥିଲେ ।