ଅଗ୍ନିଶମ ବିଭାଗ ପକ୍ଷରୁ ୭ଦିନିଆ ମକ୍ଡ୍ରିଲ କାର୍ଯ୍ୟକ୍ରମ
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ ସ୍ଥାନ ରେ ମକ୍ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହଇଛି । ଅଗ୍ନିଶମ ବିଭାଗ ଅଧିକାରୀ ଚନ୍ଦ୍ରଶେଖର ସାହୁ ଓ କର୍ମଚାରୀ ମିଳିତ ଭାବେ ଏପ୍ରିଲ୧୩ ତାରିଖ ଠାରୁ ବିଭିନ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ଦୋକାନ ଗୁଡ଼ିକ ରେ ମଗଡ଼ିଲି କରି ଦେଖାଇଛନ୍ତି । ଏହି ମକ୍ଡ୍ରିଲ ଏପ୍ରିଲ୨୦ପଯନ୍ତ ଚାଲୁ ରହିବ ବୋଲି ଶ୍ରୀ ସାହୁ କହିଛନ୍ତି ରବିବାର ଦିନ ମୋହନା କଲେଜ ଛକ ଠାରୁ ମୁଖ୍ୟ ବଜାର ରେ ଥିବା ଦୋକାନମାନଙ୍କୁ ମକ୍ଡ୍ରିଲ ମାଧ୍ୟମ ରେ ସଚେତନତା କରାଇଛନ୍ତି, କିପରି ନିଆଁ ଲାଗିଲେ ତାକୁ ଆୟତ କରିପାରିବେ ଏ ନେଇ ନିଆଁ ଲଗାଇ ଲିଭାଇବାର ଶିଖାଇଥିଲେ ଏହା ସହ ମୋହନା ମେଡ଼ିକାଲରେ ମଧ୍ୟ ମେଡ଼ିକାଲ ଅଧିକାରୀଣି ନମିତା ପଣ୍ଡାଓ ଡାକ୍ତର କର୍ମଚାରୀ ଉପସ୍ଥିତରେ ମକ୍ଡ୍ରିଲ କରି ଦେଖାଯାଇଛି । କିପରି ଅଚାନକ ନିଆଁ ଲାଗିଲେ ତାକୁ ଲିଭାଇବା ସହ ରୋଗୀଙ୍କୁ ଉଦ୍ଧାର କରାଯିବ ଏ ନେଇ ସଚେତନ କରାଯାଇଥିଲା ଆଗାମୀ ଦିନରେ ଅନ୍ୟ ଗାଁ ଗୁଡ଼ିକ ରେ ଏହି ମଗଡ଼ିଲି କାର୍ଯ୍ୟକ୍ରମ କରାଯିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି ।


